Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନ୍ଧ ବାନ୍ଦୋପଲା ଗ୍ରାମରେ ଦଶମୀ ତିଥିରେ ନୂଆଁଖାଇ ପର୍ବ ଆନନ୍ଦ ଉଲ୍ଲାସ ସହକାରେ ପାଳିତ

ଭବାନୀପାଟଣା, ୨୫/୦୯ (ଜଗନ୍ନାଥ ନାଏକ) : ଭାଦ୍ରବ ମାସ ଶୁକ୍ଳ ଦଶମୀ ତିଥି ଆଜି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ, କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳରେ ହର୍ଷ ଉଲ୍ଲାସର ସହ ଥୁଆମୂଳ ରାମପୁର, କର୍ଲାପାଟ, ଲାଞ୍ଜଗଡ଼, ଜୟପାଟଣା
ଭବାନୀପାଟଣା ସହର ତଥା ଆଖପାଖ ଗ୍ରାମ ଗୁଡିକରେ ନୂଆଁଖାଇ ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇ ଯାଉଛି, ସେହି ପରି ଭବାନୀପାଟଣା ବ୍ଲକ୍ ମାଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ଧବାନ୍ଦୋପଲା ଗ୍ରାମରେ ମଧ୍ଯ ଧୁମ୍ ଧାମରେ ପାଳନ କରାଯାଇଛି ଓ ସନ୍ଧ୍ୟା ସମୟରେ ସାମୂହିକ ନୂଆଁଖାଇ ଜୁହାର ଭେଟ ହେଲା ପରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା। ଏହି ତିଥିରେ ନୂଆଁଖାଇ ଖାଇବାର ବିଶେଷତ୍ଵ ହେଉଛି କଳାହାଣ୍ଡି ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେସ୍ୱରୀଙ୍କ ପୀଠରେ ନବାର୍ଣ ପୂଜା ଓ ଭୋଗ ଲାଗିହେଲା ପରେ ଗଡଜାତ ଅଞ୍ଚଳ ଅଧିବାସୀ ତଥା ଭବାନୀପାଟଣା ସହର ଓ ସହରକୁ ଲାଗିଥିବା ଗ୍ରାମଗୁଡିକ ଆନନ୍ଦ ଉଲ୍ଲାସର ସହିତ ନୂଆଁଖାଇ ପର୍ବ ପାଳନ କରନ୍ତି। ପ୍ରଥମେ ଗାଁ ଝାଙ୍କର, ନୂଆଁଖାଇର ପୂର୍ବ ଦିନ ଗାଁ ଧରଣୀ ଦେବୀଙ୍କ ଠାରେ ନୂଆ ଧାନ ପୂଜା କରିଥାଆନ୍ତି,ତାପରେ ସର୍ବସାଧାରଣଙ୍କୁ ନୂଆଁଖାଇ ପାଇଁ ଧାନ ଦେଇଥାନ୍ତି। ନୂଆଁଖାଇ ଦିନ କୁରେଇ ପତ୍ରରେ ତିଆରି ଖଲି ଓ ଦନାରେ ଦେବାଦେବୀଙ୍କ ପାଈଁ ଭୋଗବାଢ଼ି ପୂଜାପାଠ କରାଯାଏ ଓ ସେହି କୂରେଇ ପତ୍ରରେ ସମସ୍ତେ ନୂଆଁଖାଇ ଥାନ୍ତି। ପରିବାରର ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା ସରିଲା ପରେ ପରିବାରର ମୁଖିଆ ସମସ୍ତଙ୍କୁ ନୂଆ ଧାନରେ ତିଆରି ଚୁଡ଼ା କ୍ଷୀରି ପରିବାର ଲୋକଙ୍କୁ ଦେଇଥାନ୍ତି ଓ ସମସ୍ତେ ଏକାଠି ବସି ଖାଇ ଥାଆନ୍ତି, ଖାଇ ସାରିଲା ପରେ ପରିବାରର ଛୋଟ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଆଶ୍ରିବାଦ ନେଇଥାନ୍ତି ତାପରେ ସାମୁହିକ ଜୁହାର ଭେଟ କରିଥାନ୍ତି ।ସେହି ନୂଆଁଖାଇ ବିଷୟରେ ଜାଣିବା ପାଇଁ ଆଜି ଆମେ ଭବାନୀପାଟଣା ବ୍ଲକ ମାଲଗାଁ ଗ୍ରାମ ପଞ୍ଚାୟତ ଅଧୀନ କନ୍ଧବାନ୍ଦୋପଲା ଗ୍ରାମସ୍ଥିତ ନାଗ୍ ଓ ଝାଙ୍କର୍ ପରିବାରଙ୍କ ଘରେ ଆସି ପହଞ୍ଚିଛୁ, ନାଗ ପରିବାର ନୂଆଁଖାଇ କୁ କେମିତି ଭାବରେ ପାଳନ କରନ୍ତି ସେ ବିଷୟରେ ନାଗ ପରିବାର ମୁଖ୍ୟ ପୁରୁଷୋତ୍ତମ ନାଗ ତଥା ଶ୍ରୀଘାସିରାମ ରଣା, ପୂର୍ବତନ ସରପଞ୍ଚ, ମାଲଗାଁ ଗ୍ରାମ ପଞ୍ଚାୟତଙ୍କ ଠାରୁ ଶୁଣିବା ପ୍ରତିକ୍ରିୟା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ