Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂଆଁଖାଇ ଭେଟଘାଟ ଅବସରରେ ସମ୍ବଲପୁରୀ ସନ୍ଧ୍ୟା

କଳାହାଣ୍ଡି, ୨୫/୦୯ : ପଶ୍ଚିମ ଓଡିଶାର ପବିତ୍ର ଗଣପର୍ବ
ନୂଆଁଖାଇ ଅବସରରେ ଶୁଭମ ମ୍ୟୁଜିକ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥାନୀୟ ଗାନ୍ଧୀ ଛକ ଠାରେ ସମ୍ବଲପୁରୀ ସଂନ୍ଧ୍ୟା ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଏବଂ କଳାହାଣ୍ଡି ର ମାନ୍ୟଗୁଣ୍ୟ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ଥିଲେ,ତଥା ମରଣୋତ୍ତର ସମ୍ମାନ ସ୍ବର୍ଗତ ସୁନାମ ମୁନା ଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ୍ କରିଥିଲେ। ଏହି ଭେଟଘାଟ ଅବସରରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ନିରଞ୍ଜନ ପ୍ରଧାନ, ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ବେହେରା , ଶ୍ରୀଯୁକ୍ତ ଜିତୁ ମହାନ୍ତି ଓ ଶ୍ରୀଯୁକ୍ତ ଧଵଲେଶ୍ୱର୍ ମହାପାତ୍ର ଆୟୋଜକ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଷ୍ଣୁ ପ୍ରଧାନ, ଉପଦେଷ୍ଠା ଆୟୋଜକ କମିଟି ଶ୍ରୀଯୁକ୍ତ କାଦିର ଖାଁନ, ଶୁଭମ ମ୍ୟୁଜିକର କଳାକାର, ହାଏରେ ଦିଲ ଏଣ୍ଡ ପାର୍ଟି ର କଳାକାର ତଥା ଭବାନୀପାଟଣା ର ଜନସାଧାରଣ ଏହି ମନଲୋଭା କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।