Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହିଷ୍କୃତ ଛାତ୍ର ଙ୍କ ବିରୋଧରେ ଗୋପାଳପୁର ଥାନା ରେ ଘଟଣା ର ୧୬ ଦିନ ପରେ ମାମଲା

ଗୋପାଳପୁର,୨୫/୦୯ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଜୈନିକ ଛାତ୍ର ଙ୍କୁ ୨ ବର୍ଷ ନିମନ୍ତେ ବହିଷ୍କୃତ କରାଯାଇଥିବା ବେଳେ ଏବେ ବିଶ୍ବବିଦ୍ୟାଳୟ ପକ୍ଷରୁ ଉକ୍ତ ଛାତ୍ର ଙ୍କ ବିରୋଧରେ ଗୋପାଳପୁର ଥାନା ରେ କୁଳସଚିବ ସଚିଦାନନ୍ଦ ନାୟକ ଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ବହିଷ୍କୃତ ହୋଇଥିବା ଛାତ୍ର ଦୁର୍ଗା ମାଧବ ପ୍ରଧାନ ଙ୍କ ପକ୍ଷରୁ ଗତ ୮ ତାରିଖ ରାତି ୧ ଟା ବେଳେ ହଷ୍ଟେଲ ରେ ରହୁଥିବା କିଛି ଛାତ୍ର ଙ୍କୁ ଏକତ୍ରିତ କରାଇ କ୍ୟାମ୍ପସ ପରିସରରେ ରହୁଥିବା କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ କରିବା ସହ ଅସଭ୍ୟ ଭାଷା ରେ କୁଳପତି ସମେତ ଅନ୍ୟାନ୍ୟ ପଦାଧିକାରୀ ଙ୍କୁ ଗାଳିଗୁଲଜ କରିଥିଲେ ବୋଲି କୁଳସଚିବ ସଚିଦାନନ୍ଦ ନାୟକ ଅଭିଯୋଗ ରେ ଉଲ୍ଲେଖ କରିବା ସହ
ଗତ ୨୩ ତାରିଖ ରାତି ୧୦ ଟା ବେଳେ ଗୋପାଳପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୩୬୯/୨୩ ରେ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଘଟଣା ୮ ତାରିଖ ରାତିରେ ଘଟିଥିବା ସହ ଛାତ୍ର ଦୁର୍ଗା ମାଧବ ପ୍ରଧାନ ଙ୍କୁ ଗତ ୧୮ ତାରିଖରେ ବିଶ୍ବବିଦ୍ୟାଳୟ ରୁ ବହିଷ୍କୃତ କରାଯାଇଥିବା ବେଳେ ୨୩ ତାରିଖରେ କୁଳସଚିବ ଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କୁ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ଅନ୍ୟ ପଟେ ଦୁର୍ଗା ସୂଚନା ଦେଇଛନ୍ତି ଯେ ବେଆଇନ ଭାବେ ତାଙ୍କ ଭବିଷ୍ୟତ ନଷ୍ଟ କରିବାକୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ତାଙ୍କୁ ବହିଷ୍କୃତ କରାଯିବା ସହ ଜାଣିଶୁଣି ଘଟଣା ର ୧୬ ଦିନ ପରେ ଥାନାରେ ମାମଲା ଦିଆଯାଇଛି। ଅନ୍ୟ ପଟେ ଆଜି ବିଶ୍ବବିଦ୍ୟାଳୟ ପରିସରରେ କୌଣସି ଅଘଟଣ ଘଟିବା ଆଶଙ୍କାରେ ସକାଳ ୧୦ ଠାରୁ ୨ ଟା ପର୍ଯ୍ୟନ୍ତ କ୍ୟାମ୍ପସ ପରିସରରେ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବା ସହ ନାଲକୋ ଗେଟ୍ ସମ୍ମୁଖରେ କ୍ୟାମ୍ପସ ପରିସରକୁ ଯାଉଥିବା ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କ ଆଇ କାର୍ଡ ଦେଖି ଛଡ଼ା ଯାଉଥିବା ବେଳେ ଜନ ସାଧାରଣଙ୍କୁ ଛଡ଼ା ଯାଉନଥିବା ଦେଖିବାକୁ ମିଳିଥିଲା। କ୍ୟାମ୍ପସ ରେ ମୂତୟନ ହୋଇଥିବା ପୁଲିସ କର୍ମଚାରୀ ମାନେ ପ୍ରଶାସନିକ ଭବନ ସମେତ ଅନ୍ୟ ସ୍ଥାନ ମାନଙ୍କରେ ମୁତୟନ ରହିଥିଲେ।