କଳାହାଣ୍ଡି, ୨୫/୦୯ (ଜଗନ୍ନାଥ ନାଏକ) : ସରକାର ବିକାଶ ନାର ଦେବା ସହ, କଳାହାଣ୍ଡି ଆକାଂକ୍ଷା ଜିଲ୍ଲା ବୋଲି ଦିଣ୍ଡିମ ପିଟୁ ଥିବା ବେଳେ ଆଜିବି ଲୋକେ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି।। ରାସ୍ତା ଖଣ୍ଡିକ ପାଇଁ ହିନସ୍ଥା ହେଇଛନ୍ତି । କଳାହାଣ୍ଡି ଜିଲ୍ଲାର ପାହାଡିଆ ଓ ବିଚ୍ଛିନ୍ନାଞ୍ଚଳରେ ବର୍ତ୍ତମାନ୍ ବି ରାସ୍ତା ଘାଟ, ବ୍ରିଜ ର ସୁବିଧା ନଥିବାରୁ ଭରା ନଈ ରେ ବିପଦ ସଙ୍କୁଳ ଭାବେ ଖଟିଆ ରେ ବୁହା ହେଲେ ଝାଡ଼ା ବାନ୍ତି ରୋଗୀ ।
କଳାହାଣ୍ଡି ଜିଲ୍ଳାର ଥୁଆମୂଳ ରାମପୁର ବ୍ଲକର ତଳ ଝାପି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ରାଣୀ ପଦର ଗାଁ ର ମହିଳା ସୁନ୍ଦର ମାଝୀଙ୍କୁ ଝାଡ଼ା ବାନ୍ତି ହୋଇ ଗୁରୁତର ହୋଇଥିଲେ । ତେବେ ଗାଁ ନିକଟସ୍ଥ ନଦୀରେ ପ୍ରବଳ ପାଣି ଆସୁଥିଲେ ବି ଜୀବନ ବଞ୍ଚାଇବା ପାଇଁ ଗୁରୁତର ଅବସ୍ଥାରେ ଭରା ନଈ ରେ ସମ୍ପର୍କୀୟ ମାନେ ପାରି କରୁଛନ୍ତି । ଦୃଶ୍ୟ ଟି ସମସ୍ତ ଙ୍କୁ ବିଚଳିତ କରିବ କିନ୍ତୁ ଅନ୍ୟ ବାଟ ନାହିଁ ଏଇ ନଈ ବାଟ ଦେଇ ଯିବାକୁ ବାଧ୍ୟ । ତେବେ ନଈ ର ଅନ୍ୟ ପଟେ ଆମ୍ବୁଲାନ୍ସ ଆସି ଥୁଆ ମୂଳ ରାମପୁର ଡାକ୍ତର ଖାନାକୁ ନେଇ ଚିକିତ୍ସା କରାଯାଇଥିବା ଜଣା ପଡିଛି ।
ବ୍ରିଜ ନଥିବାରୁ ଭରା ନଈରେ ବିପଦ ପୂର୍ଣ୍ଣ ଭାବେ ଖଟିଆ ରେ ବୁହା ହେଲେ ଝାଡ଼ା ବାନ୍ତି ରୋଗୀ
