Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ବାପା ର ଟାଙ୍ଗିଆ ଚୋଟରେ ପୁତୁରା ମୃତ

ଭବାନୀପାଟଣା, ୨୬/୦୯ : କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲବେନେଶ୍ୱର ଗାଁରେ ଘଟିଛି ଏକ ଅଭାବ ନିୟ ଘଟଣା. ବଡ଼ବାପାର ଟାଙ୍ଗିଆ ଛୋଟରେ ପୁତୁରାର ମୃତ୍ୟୁ ଘଟିଥିବା ଘଟଣା ଏବେ ଚର୍ଚ୍ଚା ର ପରିସରକୁ ଆସିଛି, ସୂଚନା ଅନୁସାରେ ଲବେନେଶ୍ୱର ଗାଁର ବଡ଼ବାପା ପ୍ରଶାନ୍ତ ମାଝୀ ଓ ପୁତୁରା ମୁଗୁନା ମାଝୀ ଙ୍କ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା କୁନେଇ ଝଗଡା ହୋଇଥିଲା. ଦୁଇଜଣ ଙ୍କ ମଧ୍ୟରେ କଥା କଟା କଟି ହୋଇ ଏହା ଉଗ୍ରରୂପ ନେଇଥିବା ବେଲେ ବଡ଼ବାପା ପ୍ରଶାନ୍ତ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଟାଙ୍ଗୀରେ ପୁତୁରା କୁ ଆକ୍ରମଣ କରିଥିଲା, ଟାଙ୍ଗୀଆ ରେ ଚୋଟ ଉପରେ ଚୋଟ ପକାଇଥିଲା, ଘଟଣା ସ୍ଥଳରେ ହିଁ ପୁତୁରା ମୁଗୁନା ର ମୃତ୍ୟୁ ହୋଇଥିଲା. ପରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଗୋବିନ୍ଦ ନାଏକ କୁ ଡକାଇଥିଲେ, ଘଟଣା ସ୍ଥଳ କୁ ଯାଇ ସରପଞ୍ଚ ସଦର ଥାନା କୁ ଜଣାଇବା ପରେ ଏକ ଟିମ ଆସି ଅଭିଯୁକ୍ତ ପ୍ରଶାନ୍ତ କୁ ଗିରପ କରି ତଦନ୍ତ କରୁଛି. ହେଲେ କଣ ପାଇଁ ଏହି ଝଗଡା ବାହାରିଥିଲା, ପୂର୍ବ ଶତ୍ରୁତା କଣ ଥିଲା ତାହା ଏଯାଏଁ ସ୍ପଟ ହୋଇନାହିଁ. ତଦନ୍ତ ପରେ ସବୁ ସତ୍ୟାସତ୍ୟ ସାମ୍ନା କୁ ଆସିବ ବୋଲି ସଦର ଥାନା ପୁଲିସ କହିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ