Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୭ ତମ ରାଜ୍ୟ ସ୍କୁଲ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତାରେ,କଳାହାଣ୍ଡିକୁ ୪ ସ୍ବର୍ଣ୍ଣ, ୩ ରୋପ୍ୟ ଓ ୧ କାଂସ୍ୟ ପଦକ

ଭବାନୀପାଟଣା, ୨୬/୦୯ (ଜଗନ୍ନାଥ ନାଏକ) : ଓଡ଼ିଶା ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଳକ ଜୟପୁର ସ୍ଥିତ ଜନତା ସରକାରୀ ବିଦ୍ୟାଳୟ ଠାରେ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ୬୭ ତମ ରାଜ୍ୟ ସ୍କୁଲ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତାରେ କଳାହାଣ୍ଡିର ପ୍ରତିଯୋଗୀ ମାନେ ୪ ସ୍ବର୍ଣ୍ଣ,୩ ରୋପ୍ୟ ଓ ୧ କାଂସ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକର ୩ ଗୋଟି ବିଦ୍ୟାଳୟର ୧୯ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ଲାଞ୍ଜିଗଡ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିକ୍ରମ ମାଝୀ ୧୭ ବର୍ଷରୁ କମବାଳକ ବିଭାଗରେ ୩ ଗୋଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଦାଶରଥି ମାଝୀ ୨ ଗୋଟି ରୋପ୍ୟ ଓ ବାଳିକା ବିଭାଗରେ ସନୁ ମାଝୀ ରୋପ୍ୟ ପଦକ ହାସଲ କରିଛନ୍ତି। ସେହିପରି ୧୪ ବର୍ଷର କମ ବାଳକ ବିଭାଗରେ ରୋହିତ ମାଝୀ ୧ ସ୍ବର୍ଣ୍ଣ ଓ ୧ କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ଖେଳାଳିମାନେ ଗତ ୨୧ ତାରିଖରେ ଜିଲ୍ଲା ଆଥଲେଟିକ୍ ଏସୋସିଏସନ୍ ତରଫରୁ ମୟୁରଭଞ୍ଜ ଗସ୍ତ କରିଥିବା ବେଳେ ଲାଞ୍ଜିଗଡ ଏସଏସଡି ସ୍କୁଲର ଖେଳ ଶିକ୍ଷକ ଜୟଲାଲ ଭୋଇ ମ୍ୟାନେଜର ଓ ଲାଞ୍ଜିଗଡ ନୋଡାଲ ସ୍କୁଲର ଖେଳ ଶିକ୍ଷୟିତ୍ରୀ ନଳିନୀ ମୁଣ୍ଡଛିନା କୋଚ୍ ଭାବେ ଖେଳାଳି ମାନଙ୍କ ସହ ଗସ୍ତ କରିଥିଲେ। ଜିଲ୍ଲା ପାଇଁ ଏମାନେ ଗୌରବ ଆଣିଥିବାରୁ ଜିଲ୍ଲା ଆଥଲେଟିକ୍ ଏସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ବେଦାନ୍ତ ସିଏସଆର ଓ ବାହ୍ୟ ବ୍ୟାପାର ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢ଼ୀ, ଆଇପି ସଞ୍ଜୟ ମିଶ୍ର, ପୂର୍ବତନ ଆଇପି ମହେନ୍ଦ୍ର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ଲାଞ୍ଜିଗଡ ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି ଓ ଯୁକ୍ତ-୨ ଅଧ୍ୟକ୍ଷ ନିହାର ରଞ୍ଜନ ବିଶ୍ୱାଳ, ବେଦାନ୍ତ ସିଏସଆର ଅଭିନଭ ପ୍ରତାପ, ତିରନ୍ଦାଜ କୋଚ୍ ଶୀମାଞ୍ଚଳ କାଟ୍ରାକା, ଲାଞ୍ଜିଗଡ଼ କରାଟେ କୋଚ୍ କ୍ଷମାନିଧି ମହାଖୁଡ, ଶିକ୍ଷୟିତ୍ରୀ ବନିତା ଧଙ୍ଗଡାମାଝୀ ତଥା ତିନି ଗୋଟି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦାନ୍ତ ଲିମିଟେଡ଼ କର୍ମଚାରୀ ମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ