ବୀରମହାରାଜାପୁର ବାଳକ ବିଦ୍ୟାଳୟ ରେ ଏନ୍ ଆର୍ ଟି ଏସ୍ ଦେଲେ 147 ପରୀକ୍ଷାର୍ଥୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ସୋମବାର 147 ଜଣ ପରୀକ୍ଷାର୍ଥୀ ନ୍ୟାସନାଲ ରୁରାଲ ଟାଲେଣ୍ଟ ସ୍କୋଲାର ସିପ୍ (ଏନ୍ ଆର୍ ଟି ଏସ୍) ପରୀକ୍ଷା ଦେଇଥିବା ବେଳେ 6 ଜଣ ଅନୁପସ୍ଥିତ ଥିବା ଜଣାପଡ଼ିଛି l ସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ପରୀକ୍ଷା ରେ ସୁପରିଟେଣ୍ଡେଣ୍ଟ ଦାୟିତ୍ଵ ତୁଲାଇଥିଲେ I ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଓ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ପରୀକ୍ଷା କାର୍ଯ୍ୟ ପରିଦର୍ଶନ କରିଥିଲେ l