ରଥପୁର ରେ ଦୁର୍ଗା ପୂଜା କମିଟି ପକ୍ଷରୁ ନୁଆଁଖାଇ ଭେଟଘାଟ ଓ ବ୍ୟଙ୍ଗ କବି ସମ୍ମିଳନୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରଥପୁର ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ଭୂଷଣ କୁମାର ପାତ୍ର , ଅଧ୍ୟାପକ ଯଜ୍ଞେଶ୍ଵର ବିଶି , ସାଂସ୍କୃତିକ ଗବେଷକ ଅଧ୍ୟାପକ ପ୍ରକାଶ କୁମାର ସେଠ୍ , ଉଫୁଲା ସରପଞ୍ଚ ପ୍ରତିନିଧି ମିନକେତନ ମହକୁାର , କବି ଦ୍ୱିତିକୃଷ୍ଣ ପଣ୍ଡା , ହାସ୍ୟକବି ଦେବେନ୍ଦ୍ର ସହୁ , କ୍ରାନ୍ତି କବି ହରିଲାଲ ସହୁ , ବ୍ୟଙ୍ଗକବି ମୁନିରାମ କୁମ୍ଭାର , କବି ତଥା ଶିକ୍ଷାବିତ୍ ଲକ୍ଷ୍ମୀନାରାୟଣ ସହୁ ଓ ଜେଲ୍ ଅଧ୍ୟକ୍ଷା ଅଞ୍ଜଳି ପଟେଲ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ଛୋଟ ଛୋଟ ଶିଶୁ ମାନେ ନୃତ୍ୟ ପରିବେଷଣ କରିଥିଲେ । କମିଟି ପକ୍ଷରୁ ୨୦୨୩ ବର୍ଷ ରେ ବୀରମହାରାଜପୁର ଉପଖଣ୍ଡ ରେ ମାଟ୍ରିକ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ବିଶ୍ଵରୂପ ସାହୁ , ଖେଳକୁଦ ପାଇଁ ତାଇକଣ୍ଡୋ ଖେଳାଳୀ ଏହେସାସ୍ ହୋତା , ବିଶିଷ୍ଟ ଚାଷୀ ଶାନ୍ତନୁ କ୍ଷେତି , ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ , ସାହିତ୍ୟ ସଂଗଠକ ଦ୍ଵିତିକୃଷ୍ଣ ପଣ୍ଡା , କବି ଯଜ୍ଞେଶ୍ଵର ବିଶି ଓ ଶ୍ରେଷ୍ଠ ସଂଚାଳକ ଅବିନାଶ ହୋତା ଙ୍କୁ ସ୍ମୃତି ଫଳକ ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ବ୍ୟଙ୍ଗ କବି ମାନେ ଏହି ଅବସର ରେ ବ୍ୟଙ୍ଗ କବିତା ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଅରବିନ୍ଦ ରଣା ସଂଯୋଜନା କରିଥିବା ବେଳେ ମଳୟ ଅମାତ ଧନ୍ୟବାଦ ଅର୍ପଣ କରିଥିଲେ । ରଥପୁର ଦୁର୍ଗାପୂଜା କମିଟିର ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ମା’ ମେଲୋଡି ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ।