ବଜ୍ରଘାତ ରେ ଜଣେ ଛାତ୍ରୀ ସହିତ ପରିବାରର ୩ ଜଣ ମହିଳା ମୃତ୍ୟୁ


ଭବାନୀପାଟଣା, ୨୬/୦୯ : ଆଜି ସନ୍ଧ୍ୟା ୫ଟା ସମୟରେ ହୋଇଥିବା ବ୍ରଜଘାତରେ ଗୋଟିଏ ପରିବାରର ୩ ଜଣଙ୍କ୍ ର ମୃତ୍ୟୁ ହୋଇଛି । ମୃତକ ସମସ୍ତେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ପର୍ଲା ପଞ୍ଚାୟତ ର ଚିତାମୁଣ୍ଡା ଗ୍ରାମର ଲିମଗୋଛିଆ ପରିବାର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ୯ମ୍ ଶ୍ରେଣୀରେ ଛାତ୍ରୀ ପଡୁଥିବା ସୂଚନା ମିଳିଛି ସୂଚନା ଅନୁଯାୟୀ ଗଏନ୍ତି ଲିମଗୋଛିଆ ସ୍ୱା- ରାଏଚନ୍ ଲିମଗୋଛିଆ ନାତୁଣୀ ଲତା ଲିମଗୋଛିଆ ଓ ଝିଆରୀ ବୋହୁ ରୂପେ ଲିମଗୋଛିଆ ସ୍ୱା-ଭାସ୍କର୍ ନିଜ ଖେତକୁ ଘାସ ବାଛିବାକୁ ଯାଇଥିଲେ। ସନ୍ଧ୍ୟା ୫ଟା ସମୟରେ ପର୍ଲା ଅଞ୍ଚଳରେ ବର୍ଷା ଘଡ଼ ଘଡି ସହ ବ୍ରଜପାତ ହୋଇଥିଲା । ଘାସ ବାଛୁଥିବା ସମୟରେ ବ୍ରଜପାତ ଯୋଗୁଁ ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ଦେଖି ପରିବାର ଲୋକେ ଧର୍ମଗଡ଼ ଉପଖଣ୍ଡ ପୋଲିସ କୁ ସୂଚନା ଦେଇଥିଲେ । ଖବର ପାଇ ଧର୍ମଗଡ଼ ଉପଖଣ୍ଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟ କୁ ପଠାଇଛି । ତେବେ ସନ୍ଧ୍ୟା ହେବାରୁ ବୁଧବାର ଦିନ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି।