କୁଞ୍ଜାପାଲି ଆଶ୍ରମ ସ୍କୁଲ ରେ ଅବିଭାବକ ଅଂଶୀଦାର କାର୍ଯ୍ୟକ୍ରମ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ର କୁଞ୍ଜାପାଲି ସ୍ଥିତ ଆଶ୍ରମ ସ୍କୁଲରେ ମଙ୍ଗଳବାର ଦିନ ଅଭିଭାବକ ଅଂଶିଦାର ସଭା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭା ରେ ଏଡିଏମ୍ ଅଞ୍ଜଲିନା ପଧାନ ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର ବିଡ଼ିଓ ମୋତିଲାଲ ସୁଲିଆ , ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରିୟା କୁମ୍ଭାର , ଡବ୍ଲଇଓ ବିଭୂତି ପ୍ରଧାନ , ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଭାବତୀ ବଗର୍ତ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ଶିକ୍ଷକ ମାନସ ରଞ୍ଜନ କଲେତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତ୍ରିଲୋଚନ ସାହୁ ସ୍ବାଗତ ଭାଷଣ ଦେଇଥିଲେ । ସରକାର ଆଦିବାସୀ ଓ ହରିଜନମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । କିଭଳି ସେହି ସବୁ ଯୋଜନା ର ସିଧାସଳଖ ଲାଭ ନେଇ ପାରିବେ ସେହି ଉଦ୍ଦେଶ୍ୟରେ ବିଭିନ୍ନ ଆଦିବାସୀ ଓ ହରିଜନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରମ ସ୍କୁଲ ରେ ଛାତ୍ରଛାତ୍ରୀ ଅଭିଭାବକଙ୍କୁ ସଚେତନ କରିବା ସହିତ ସେମାନଙ୍କ ପାଇଁ ବିଭିନ୍ନ ଯୋଜନା ଉପରେ ମଞ୍ଚାସିନ ଅତିଥିମାନେ ବୁଝାଇଥିଲେ । ଏହି ଅବସରରେ ପ୍ରଶାସନ ତରଫରୁ ମିଶନ ଶକ୍ତି , ଶିକ୍ଷା ବିଭାଗ , ସ୍ବାସ୍ଥ୍ୟ ଓ ପରିମଳ ବିଭାଗ , ମହିଳା ଓ ଶିଶୁ ବିକାଶ , କୃଷି ବିଭାଗ , ଉଦ୍ୟାନ ବିଭାଗ , ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ , ମୋ ଘର ଆଦି ବିଭାଗ ତରଫରୁ ଷ୍ଟଲ କରାଯାଇ ଅଭିଭାବକ ଙ୍କୁ ଯୋଜନା ଉପରେ ସଚେତନ କରାଯାଇଥିଲା । ଏହି ଅବସରରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସଭାପରେ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ରଞ୍ଜିତ ସେଠୀ , ଡୁଲେଶ୍ୱରୀ ବାଘ , ସ୍ଵପ୍ନେଶ୍ୱର ତାଣ୍ଡି , ଶମ୍ଭୁ ଭୋଇ ,ଶିବ ପ୍ରଧାନ , ଶୋଭା କୁମୁରା , ପଙ୍କଜିନି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ ସମସ୍ତ ଅଭିଭାବକ ଉପସ୍ଥିତ ଥିଲେ ।