Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେପି ପକ୍ଷରୁ ମୋର ଦେଶ ମୋର ମାଟି କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ବିଜେପି ପକ୍ଷରୁ ମୋର ଦେଶ ମୋର ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରଥପୁର ଛକ ଠାରୁ ଏକ ବାଇକ ଶୋଭାଯାତ୍ରା ରେ ବାହାରି ବୀରମହାରାଜପୁର ଛକ , ହନୁମାନ ଛକ ଦେଇ କେନ୍ଦୁପାଲି ପହଞ୍ଚିବା ପରେ ସେଠାରୁ କଲେଜ ଛକ ଦେଇ ରାଣିପୁର , ମେଣ୍ଡାମାଲ ପର୍ଯ୍ୟନ୍ତ ଯାଇ ବିଭିନ୍ନ ଗ୍ରାମରୁ କଳସ ରେ ମାଟି ସଂଗ୍ରହ କରିଥିଲେ l ଏହି ସଂଗ୍ରହ ମାଟିକୁ ପୂଜାର୍ଚନା କରି ରାଜ୍ୟ କୁ ପଠାଯିବ I ସେଠାରୁ ଦିଲ୍ଲୀ ପଠାଯାଇ ଦିଲ୍ଲୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଗ୍ରହ କ୍ରମେ ଅମ୍ବୃତ ବଟିକା ଠାରେ ସହିଦ ଙ୍କ ଉଦ୍ଦେଶ୍ୟ ରେ ଏକ ଭବ୍ୟ ସ୍ମାରକୀ ସ୍ଥାପନ ହେବବୋଲି ଦଳୀୟ ନେତୃବର୍ଗ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ , ଜିଲ୍ଲା ଉପସଭାପତି ନଳିନୀ ପଣ୍ଡା , ଆଶ୍ରୟ ମହାନନ୍ଦଙ୍କ ସମେତ ଶତାଧିକ କାର୍ଯ୍ଯକର୍ତ୍ତା ଅଂଶ ଗ୍ରହଣ କରିଥିଲେ l