Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଂସ ର ନିଧନ ସହ କୁମାରକେଲୀ ଧନୁଯାତ୍ରା ମହୋତ୍ସବ ଉଦଯାପିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ, ମହଦା ପଂଚାୟତ ଅନ୍ତର୍ଗତ କୁମାରକେଳି ଗ୍ରାମର ଶିବଶକ୍ତି ଯୁବକ ସଙ୍ଘ ଆନୁକୂଲ୍ୟରେ ଚାଲିଥିବା 26 ତମ ଗଣେଶ ପୂଜା ମହୋତ୍ସବ ର ପରିସମାପ୍ତି ଘଟିଛି l ସପ୍ତାହ ବ୍ୟାପୀ ଏହି ସାଂସ୍କୃତିକ ମହୋତ୍ସବ ର ପ୍ରଥମ ଦିନ ନୁଆଁଖାଇ ଭେଟଘାଟ ଏବଂ ପରବର୍ତ୍ତି 5 ଦିନ କଂସ ଦରବାର ଓ କୃଷ୍ଣ ଲୀଳା ମହୋତ୍ସବ ମଙ୍ଗଳବାର ସମାପିତ ହୋଇଯାଇଛି l ଅସତ୍ୟ ଉପରେ ସତ୍ୟ ର ଜୟ , ଅଧର୍ମ ଉପରେ ଧର୍ମ ର ଜୟ ସ୍ୱରୂପ ଭଗବାନ ଶ୍ରୀକୃଷ୍ଣ ଙ୍କ ହାତରେ ଅତ୍ୟାଚାରୀ କଂସ ର ନିଧନ ଘଟିବା ଫଳରେ ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହୋଇଛି ମଥୁରାପୁରି ( କୁମାରକେଳି ) ବାଣ ଫୁଟେଇ ଡିଜେ ର ତାଳେ ତାଳେ ନୃତ୍ୟ କରି ଉତ୍ସବ ମନେଇଛନ୍ତି ପ୍ରଜାଗଣ l ମହୋତ୍ସବ ର ଅନ୍ତିମ ସନ୍ଧ୍ୟା ରେ କଂସ ର ଆଦେଶ ରେ ଅକ୍ରୁର ସଙ୍ଗରେ ନେଇ ଆସିଛନ୍ତି କୃଷ୍ଣ ବଳରାମ ଙ୍କୁ l କୃଷ୍ଣ ବଳରାମ ନଗର ପରିକ୍ରମା କରିଛନ୍ତି l ପ୍ରତି ଦ୍ୱାର ମୁହଁ ରେ ପୂଜାର୍ଚନା କରି ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ଗାଁ ଦାଣ୍ଡରେ l ସେପଟେ ଭୟାତୁର କଂସ ଇଷ୍ଟ ଦେବ ଶିବ ଙ୍କ ପରିବର୍ତ୍ତେ ଶୟନେ, ସ୍ୱପନେ ଅବା ଜାଗରଣେ ଜପି ଚାଲିଛି ହରେକୃଷ୍ଣ ହରେରାମ ମନ୍ତ୍ର l ମୁଖ୍ୟମନ୍ତ୍ରୀ ତଥା ସେନାପତି ସଚେତନ କରିଛନ୍ତି ତାଙ୍କ ମହାରାଜ ଙ୍କୁ l ବରଗଡ ଜିଲ୍ଲା , ଭେଡେନ ବ୍ଲକ, ଚିଚିଣ୍ଡା ରୁ ଆସିଥିବା କଳାକାର ଙ୍କ ନିଖୁଣ ଅଭିନୟ ଏ ସବୁକୁ ଜୀବନ୍ତ କରିଦେଇଛି l କଂସ ଭୂମିକାରେ ଝସକେତନ ପଧାନ ଙ୍କ ସଂଳାପ ଅତି ଉଚ୍ଚ କୋଟିର ଥିଲା l ଅନ୍ତିମ ସନ୍ଧ୍ୟା ରେ କ୍ଳବ ସଭାପତି, ସମ୍ପାଦକ ତଥା ସମସ୍ତ ସକ୍ରିୟ ସଦସ୍ୟ ଙ୍କ ଉପସ୍ଥିତି ରେ ମହାରାଜ କଂସ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି ଏବଂ ଅନ୍ୟ ସମସ୍ତ କଳାକାର ଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି l କଂସ ମହାରାଜ, କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ହୃଷିକେଶ ଚାନ୍ଦ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି l ରାଜ ଅତିଥି ଭାବେ ଯୋଗଦାନ କରିଛନ୍ତି ବଳଦେବ ବେଦବାକ (ବରିଷ୍ଠ ଆଇନଜୀବୀ) , କିଶୋର ହୋତା , ପ୍ରତାପ ଶତପଥୀ, ଫିରୋଜ ବେହେରା,( ପୂର୍ବତନ ସରପଞ୍ଚ ,) ମଗନିଆ ପଧାନ ୱାର୍ଡ ସଭ୍ୟ , ଶ୍ରୀନିବାସ ଚାନ୍ଦ (ସମ୍ପାଦକ ଦେଶଫାଲ ଲୋକ କଳା ମହୋତ୍ସବ ଧର୍ମଶାଳା) , ପ୍ରାଣବନ୍ଧୁ ଦାଶ , ଯୁବ ସାମାଜିକ କାର୍ଯ୍ୟକର୍ତା ଓ ତ୍ରିନାଥ ମେହେର (ସାଂସ୍କୃତିକ ରଙ୍ଗ ମଞ୍ଚ ର ମୁଖ୍ୟ ବିନ୍ଧାଣୀ ) l ଅନ୍ତିମ ସନ୍ଧ୍ୟା ରେ ସାମ ଡ୍ୟାନ୍ସ ଗୃପ ର ଡ୍ୟାନ୍ସ ମାଷ୍ଟର ସାମିଲ ଦାଶ ଓ ସପ୍ତାହ ବ୍ୟାପୀ ସିଧା ପ୍ରସାରଣ କରିଥିବା ଏଡି ମିଡ଼ିଆ ର କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l କୁନି ନୃତ୍ୟଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରି ଦର୍ଶକ ଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲେ l ପ୍ରତି ସନ୍ଧ୍ୟା ରେ ହୃଷିକେଶ ଚାନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଳବ ସଭାପତି ଛବିଳ ମେହେର, ସମ୍ପାଦକ ଅଜିତ ପଧାନ, ଶ୍ରୀମୁଖ ମେହେର, ନବୀନ ମେହେର, ରାଜେଶ ପଧାନ, ବଳରାମ ମେହେର, ପଦ୍ମଲୋଚନ ମେହେର, ସରୋଜ ସେଠି ପ୍ରମୁଖ ସହଯୋଗ କରିଥିଲେ l