Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଫୁଲା ରେ ପୁନଃ ଏକତ୍ରିକରଣ ଶିବିର ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧୁବାର ଦିନ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ମାନସିକ ଅସୁସ୍ଥ ବ୍ୟକ୍ତି ଓ ସେମାନଙ୍କର ଯତ୍ନକାରୀ ମାନଙ୍କୁ ନେଇ ପାଞ୍ଚ ଦିନିଆ ପୁନଃ ଏକତ୍ରିକରଣ ଶିବିର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ସାମାଜିକକର୍ମୀ ରାଜିବ କର୍ମୀ , ସ୍ବେଚ୍ଛାସେବୀ ଭି.ସୁଜାତା , ଜିଲ୍ଲା ମାନସିକ ସ୍ଵାସ୍ଥ୍ୟ ୟୁନିଟ ରୁ ଶିବ କର୍ମୀ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ କୁ ପ୍ରକଲ୍ପ ସଂଯୋଜକ ବିଶ୍ୱାମର ସାହୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଚାଲିବ । ଏହି ଆବାସିକ ତାଲିମ କାର୍ଯ୍ୟକ୍ରମ ରେ ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କ ଜୀବନ ଜୀବିକା , ଦୈନନ୍ଦିନ ଜୀବନରେ ହେଉଥିବା ଅସୁବିଧା , ସେମାନେ ଭୁଲିଯାଇଥିବା ବିଭିନ୍ନ କାର୍ଯ୍ୟ କୁ କିପରି ମନେ ପକାଇ ପୁନଃ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବେ ସେ ବିଷୟରେ ତାଲିମ ଦିଆଯିବ । ଏହି କାର୍ଯ୍ୟକ୍ରମ ରେ ମିତ୍ରଭାନୁ ମଲିକ ଓ ସୁଦାମ ଗାଇଗରିଆ ସହଯୋଗ କରିଥିଲେ।