Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋବିନ୍ଦପୁର ଗ୍ରାମରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୋବିନ୍ଦପୁର ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ଓ ଗୋବିନ୍ଦପୁର ର ସତ୍ୟସେବକ୍ ଯୁବକ ସଂଘ ର ମିଳିତ ଆନୁକୁଲ୍ୟରେ ମେରା ମାଟି ମେରା ଦେଶ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବକ ସଂଘର ବିଭୂତି ଭୂଷଣ କୁଦାଇ ଙ୍କ ନେତୃତ୍ବ ରେ ହୃଷିକେଶ ନାଏକ , ସୌମ୍ୟ ରଞ୍ଜନ ପୁରୋହିତ , ଅନ୍ତର୍ଯ୍ୟାମୀ ନାଏକ , ମିଥୁନ ସାହୁ , ନିରୋଦ ନାଏକ , ସୁମନ୍ତ ସେଠି , ବବୁଲ ସାହୁ , ରାମକୃଷ୍ଣ ପଣ୍ଡା , ଅଚ୍ୟୁତାନନ୍ଦ ସାହୁ , ଅରୁଣ ସାହୁ , ଜ଼ିଲୁ ସେଠି , ପପୁନ ସାହୁ , ରାହୁଲ ପୁରୋହିତ , ଜଗଦୀଶ ସାହୁ ସମେତ ଗୋବିନ୍ଦପୁର ସତ୍ୟସେବକ ୟୁଥ କ୍ଲବ ର ସମସ୍ତ ସଦସ୍ୟ ଦେଶ ମାତୃକା ର ସେବା ମନୋଭାବ ପୋଷଣ କରି ପ୍ରତ୍ୟେକ ଙ୍କ ଘରୁ ମାଟି , ଚାଉଳ ସଂଗ୍ରହ କରିବା ସହିତ ଏହାକୁ ନେହେରୁ ଯୁବ କେନ୍ଦ୍ର ସୋନପୁର କୁ ପଠେଇଥିଲେ । ସେଠାରୁ ଦିଲ୍ଲୀ କୁ ପଠାଇବାର ଉପରେ ଆଲୋଚନା କରିଥିଲେ I