Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସରିବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଆଜି ସରିବ ମାଟ୍ରିକ ପରୀକ୍ଷା। ଏ ନେଇ ଛାତ୍ରଛାତ୍ରୀ ମଧ୍ୟ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଶେଷ ଦିନରେ ଛାତ୍ରଛାତ୍ରୀ ଗଣିତ ପରୀକ୍ଷା ଦେବେ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ସରିବ। କଡ଼ା ସୁରକ୍ଷା ମଧ୍ୟରେ ଏଥର ମାଟ୍ରିକ୍‌ ପରୀକ୍ଷା ହୋଇଛି। ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜୋମେଟ୍ରିବକ୍ସ ନେବାକୁ ଅନୁମତି ଦିଆଯାଇଛି।

ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ଏଥର ସାରା ରାଜ୍ୟରୁ ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ପରୀକ୍ଷା ସୁଚାରୁରୂପେ କରିବା ପାଇଁ ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିଲା ବେଳେ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା।

ରାଜ୍ୟ ସରକାର ଓ ବୋର୍ଡ଼ ପକ୍ଷରୁ ମାଟ୍ରିକ୍‌ ପରୀକ୍ଷା ନେଇ ବ୍ୟାପକ ପ୍ରସ୍ତୁତି ହୋଇଥିଲେ ମଧ୍ୟ ପରୀକ୍ଷାରେ ବିଭିନ୍ନ ତ୍ରୁଟି  ଦେଖା ଦେଇଥିଲା। ତେବେ ବୋର୍ଡ କର୍ତ୍ତୃପକ୍ଷ ମାଟ୍ରିକ ପରୀକ୍ଷାରେ ହୋଇଥିବା ବିଭ୍ରାଟ ଯୋଗୁ ଛାତ୍ରଛାତ୍ରୀ ‌ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେନେଇ ପ୍ରତିଶ୍ରୁତି ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ