Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାରୁ ବୁଡାଳି ଡକାଇ ଖୋଜାଖୋଜି ବିଫଳ ହେବା ପରେ ନିଖୋଜ ଦ୍ରୋଣ ର ସନ୍ଧାନ ନେଇ ମୌଳିଗଲା ଆଶା

ଚିପିଲିମା,୨୯/୦୯ ଗତ ୧୭ତାରିଖ ବିଶ୍ୱକର୍ମା ପୂଜା ଦିନ
ଚିପିଲିମା ପାୱାର ଚେନାଳରେ ଘଣ୍ଟେଶ୍ୱରୀ ବଗବିରା ଗ୍ରାମର ଦ୍ରୋଣ ନିଖୋଜ ଘଟଣା ଇତି ମଧ୍ୟରେ ଆଜି ୧୩ ଦିନ ବିତିଯାଇଥିବାବେଳେ, ଦ୍ରୋଣର କୌଣସି ସନ୍ଧାନ ନ ମିଳିବା ନେଇ ଆଶା ମଉଳିଯାଇଛି।ଗତ ୨୭ ତାରିଖ ଦିନ ଗଣମାଧ୍ୟମ, ଗ୍ରାମବାସୀ, ତଥା ପ୍ରଶାସନିକ ଚାପ ପରେ ଓଏଚ୍ପିସି କର୍ତ୍ତୃପକ୍ଷ ବିଶାଖାପାଟଣା ଘରୋଇ ବୁଡାଳି ଡକାଇଥିଲେ।୧୮ହଜ଼ାରରୁ ପାଣି ବନ୍ଧ କରାଇ ତିନୋଟି ଯାକ ଟରବାଇନ ବନ୍ଧ କରି ବୁଡାଳୀଙ୍କ ଦ୍ୱାରା ଖୋଜାଖୋଜି ପରେ ବି ନିଖୋଜ ଦ୍ରୋଣର କୌଣସି ସନ୍ଧାନ ମିଳିପାରିନାହିଁ।ଯାହାକି ଦ୍ରୋଣର ପରିବାର ତଥା ଜନସାଧାରଣଙ୍କୁ ନିରାଶ କରିଛି।ବିଶାଖାପାଟଣା ର ଲାୟନ ଅକ୍ସର ଡାଇଭିଂ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାର ପରିଦର୍ଶକ ଏସ ଚନ୍ଦ୍ରଶେଖର ରେଡ୍ଡୀ ଙ୍କ ତତ୍ୱବାଧାନରେ ବୁଡାଳି ନିପୁନ ନାଏକ, ରବୀନ୍ଦ୍ର ହୋତା (ନିପୁନ) ,ଲିଲୁ ଗଉଡ଼ ଟରବାଇନ ଫ୍ଲୋର ରେ ବୁଡି ଦୀର୍ଘ ସମୟ ଖୋଜାଖୋଜି ପରେ ବିଫଳ ହେବାପରେ ନିଖୋଜ ଦ୍ରୋଣ ସନ୍ଧାନ ନେଇ ସମସ୍ତଙ୍କ ଆଶା ମଉଳି ଯାଇଛି।
ଉକ୍ତ ସନ୍ଧାନ ସମୟରେ ଚିପିଲିମା ଶକ୍ତିକେନ୍ଦ୍ର ମୁଖ୍ୟ ତଥା ବିଭାଗୀୟ ଇଂଜିନିୟର ସମେତ ସ୍ଥାନୀୟ ପୋଲିସ ମଧ୍ୟ ଉପସ୍ଥିତ ଥିଲେ।ପ୍ରକାଶ ଥାଉକି ଦ୍ରୋଣ ନିଖୋଜ ଘଟଣା ପରେ ପରେ ଯଦି ଓଏଚ୍ପିସି କର୍ତ୍ତୃପକ୍ଷ ଏତିକି ଆନ୍ତରିକତା ଦେଖାଇଥାନ୍ତେ ତାହେଲେ ହୁଏତ ନିଖୋଜ ଦ୍ରୋଣର ପରିବାର ପାଇଁ କିଛି ସମବେଦନା ହୋଇଥାନ୍ତା ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ