ଖଣ୍ଡହତା ମିଶନଶକ୍ତି ଗୃହ ରୁ କମ୍ପ୍ୟୁଟର୍ , ଜେରକ୍ସ ମେସିନ ଆଦି ଚୋରି ହୋଇଥିବା ଥାନାରେ ଅଭିଯୋଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ସ୍ଥିତ ମିଶନଶକ୍ତି ଗୃହରୁ ସମସ୍ତ କମ୍ପୁଟର ସାମଗ୍ରି ଏବଂ ଜେରକ୍ସ ମେସିନ ଚୋରି ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି ମାଁ ମାନଙ୍କୁ ବିଭିନ୍ନ ପ୍ରକାର ସାମଗ୍ରି ଦେଉ ଥିବା ବେଳେ ତାଙ୍କ ମାଧ୍ୟମରେ ସରକାର ଅନେକ ପ୍ରକାର କାର୍ଯ୍ୟସବୁ ସମ୍ପାଦନ କରୁଛନ୍ତି । ସରକାର ମିଶନ ଶକ୍ତି କୁ କମ୍ପୁଟର ସହ ବିଭିନ୍ନ ସାମଗ୍ରି ପ୍ରଦାନ କରିବା ସହ ମିଶନ ଶକ୍ତି ମାନଙ୍କ ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ କରାଇଛନ୍ତି । କିନ୍ତୁ ଉକ୍ତ ମୁଲ୍ୟବାନ ସାମଗ୍ରି ଉପରେ କିଛି ଖଳ ପ୍ରକୃତି ଲୋକଙ୍କ ନଜର ସହ ଅସମାଜିକ ଲୋକ ଏଠାରୁ ବହୁ ମୁଲ୍ୟବାନ ସାମଗ୍ରି ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ସୁବଳୟା ଥାନା ଅଧିନସ୍ଥ ଖଣ୍ଡହତା ମିଶନ ଶକ୍ତି ଗୃହ ରୁ ଗତ ବୁଧବାର ବିଳମ୍ବିତ ରାତ୍ରିରେ ମିଶକ୍ତି ଗୃହ ଭିତରେ ଥିବା କମ୍ପୁଟର , ଜେରକ୍ସ , ପ୍ରିଣ୍ଟର ସହ ଅନ୍ୟାନ ସାମଗ୍ରି ଚୋରି ହୋଇଯାଇଛି । ସୁଚନା ଅନୁସାରେ ଗତ ବୁଧବାର ମିଶନ ଶକ୍ତି କାର୍ଯ୍ୟାଳୟରେ କାମ ସାରି ତାଲା ମାରି ଘରକୁ ଯାଇଥିବା ବେଳେ ଗୁରୁବାର ଆସି ତାଲା ଖୋଲି ଦେଖିବା ବେଳକୁ ଭିତରେ ଥିବା କମ୍ପୁଟର ଆଦି କିଛିନାହିଁ । ପାରିପାର୍ଶିକ ସ୍ଥିତି ଅନୁସାରେ ଉକ୍ତ କାର୍ଯ୍ୟାଳୟ ଚାରିପାଖରେ ମଦୁଆ ଙ୍କ ଆଡ୍ଡା ଜମିଥାଏ । ଗତ କାଲି ରାତ୍ରିରେ ମଦୁଆ ଙ୍କ ଆଡ୍ଡା ଜମିଥିବା ବେଳେ ମଦ ବୋତଲ ସାଙ୍ଗକୁ ଚିକେନ ପଡିଥିବା ରୁ ମଦୁଆ ଙ୍କ କାମ ହୋଇଥାଇ ପାରେ ବୋଲି ଆଲୋଚନା ହେଉଛି । ଏନେଇ ସୁବଳୟା ଥାନାରେ ଅଭିଯୋଗ ହୋଇଛି।