Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାରାଷ୍ଟ୍ରରେ ୧୫ ଦିନ ଭିତରେ ହେବ ଚମତ୍କାର, ବିଜେପି ସହ ହାତ ମିଳାଇବେ ଶରଦ, ଅଜିତ ହେବେ ମୁଖ୍ୟମନ୍ତ୍ରୀ: ବିଧାୟକଙ୍କ ଦାବି

ମୁମ୍ବାଇ: ମହାରାଷ୍ଟ୍ରରେ ଆଗାମୀ ୧୫ରୁ ୨୦ ଦିନରେ ବଡ଼ ଚମତ୍କାର ହେବାକୁ ଯାଉଛି। ନିର୍ଦ୍ଦଳୀୟ ବିଧାୟକ ରବି ରାଣା ଏହି ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ କହିଛନ୍ତି ଶରଦ ପାଓ୍ଵାର ବିଜେପିରେ ମିଶି ପାରନ୍ତି ଓ ଅଜିତ ପାଓ୍ଵାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିପାର। ଦେଶର ବିକାଶ ପାଇଁ ଶରଦ ପାଓ୍ଵାର ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିବା ଜରୁରୀ ବୋଲି ସେ କହିଛନ୍ତି। ଏଥିପାଇଁ ମୁଁ ଗଣେଶ ଜୀଙ୍କ ପ୍ରାର୍ଥନା କରୁଛି। ଶରଦ ପାଓ୍ଵାରଙ୍କ ଆଗମନ ଘଟିଲେ ରାଜ୍ୟଠୁ ନେଇ କେନ୍ଦ୍ର ପର୍ଯ୍ୟନ୍ତ ମଜବୁତ ସରକାର ଦେଖିବୁ।

ସ୍ଵାଧୀନ ବିଧାୟକ ରବି ରାଣାଙ୍କୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସଙ୍କ ନିକଟତର ବୋଲି କୁହାଯାଏ। ତାଙ୍କ ପତ୍ନୀ ନବନୀତ ରବି ରାଣା ଅମରାବତୀ ଲୋକସଭା ଆସନରୁ ସାଂସଦ ଅଛନ୍ତି। ରବି ରାଣା କହିଛନ୍ତି ମୁଁ ଗତ କିଛି ଦିନରେ ଅନେକ ଗଣେଶ ପୂଜା ପେଣ୍ଡାଲ ବୁଲିଛି। ଏହି ସମୟରେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରିଛି ଯେ, ଶରଦ ପାଓ୍ଵାର ଦେଶର ବିକାଶ ପାଇଁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ ଦିଅନ୍ତୁ। ଏମିତି ଚମତ୍କାର ୧୫ରୁ ୨୦ ଦିନ ଭିତରେ ହୋଇପାରେ। ଶରଦ ପାଓ୍ଵାର ବିଜେପି ସହିତ ଆସିଲେ ଅଜିତ ପାଓ୍ଵାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ବିଧାୟକ କହିଛନ୍ତି।

ସେ କହିଛନ୍ତି, ରାଜନୀତିରେ ବହୁତ କିଛି ସମ୍ଭବ। ଦେବେନ୍ଦ୍ର ଫଡ଼ଣବିସ ମୁଖ୍ୟମନ୍ତ୍ରୀ ଥିଲେ, କିନ୍ତୁ ଆଜି ସେ ଉପ ମୁଖ୍ୟମନ୍ତ୍ରୀ। ଅଜିତ ପାଓ୍ଵାର ବିରୋଧୀ ଦଳ ନେତା ଥିଲେ, ଆଜି ସେ ଉପମୁଖ୍ୟମନ୍ତ୍ରୀ। ଏକନାଥ ସିନ୍ଦେ ସହରାଞ୍ଚଳ ମନ୍ତ୍ରୀ ଥିଲେ କିନ୍ତୁ ଆଜି ସେ ମୁଖ୍ୟମନ୍ତ୍ରୀ। ତେଣୁ ସାଂପ୍ରତିକ ସମୟରେ ସବୁ କିଛି ସମ୍ଭବ ବୋଲି ବିଧାୟକ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ