Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘେନୁପାଲିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ଉତ୍ସବ

ସମ୍ବଲପୁର:ଶିଶୁ ବିକାଶ ଯୋଜନା ଯୁଯୋମୁରା ପକ୍ଷରୁ ଆଜି ଘେନୁପାଲି ପଞ୍ଚାୟତ ରାଜୀବ ଭବନ ଠାରେ ପ୍ରକଳ୍ପ ସ୍ତରୀୟ ଷଷ୍ଟ ପୋଷଣ ମାସ ଉତ୍ସବ ପାଳିତ ହୋଇ ଯାଇଛି।
ଆୟୋଜିତ ଉତ୍ସବରେ ଯୁଯୋମୁରା ବ୍କକ ଅଧ୍ୟକ୍ଷା ମମତା ନାଏକ ମୁଖ୍ୟଅତିଥି, ବିଡିଓ ନିଳାମ୍ବର ମହାନନ୍ଦ,ପତଙ୍ଗ ସଂଯୋଜକ ଭୋଜରାଜ ଭୋଇ, ଘେନୁପାଲି ସମିତି ସଭ୍ୟା ଗୀତାଞ୍ଜଳି ପ୍ରଧାନ,ୟୁନିସେଫର ଜିଲ୍ଲା ସଂଯୋଜିକା ସୁନିତା ତ୍ରିପାଠୀ,ପଡିଆବାହାଲ ଆୟୁଷ ଡାକ୍ତର ମମତା ମୟୀ ପୁରୋହୀତ ଓ ସ୍ଥାନୀୟ ଶିକ୍ଷୟତ୍ରୀ ମାନେ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ପୁଷ୍ଟିକର ଓ ସୁଷମ ଖାଦ୍ୟର ଉପକାରିତା ଉପରେ ବିଷଦ ଆଲୋଚନା କରିଥିଲେ । ଏହି ଅବସରରେ ପୁଷ୍ଟିକର ଖାଦ୍ୟ ଗୁଡିକର ପ୍ରଦର୍ଶନୀ ହେବା ସହିତ ବିଭିନ୍ନ ସାଂସ୍କୃତିକ ସଚେତନାତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଉତ୍ସବରେ ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହାକୁ ଆରତୀ ନାୟକ ପରିଚାଳନା କରିଥିବା ବେଳେ ଶେଷରେ ଶିଶୁ ବିକାଶ ଯୋଜନା ଅଧିକାରୀ ସବିତା ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ