ସମ୍ବଲପୁର: ହୀରାକୁଦ ନଦୀବନ୍ଧରେ ୬୩୦ ଫୁଟ ଛୁଇଁଲା ଜଳ ସ୍ତର।ଆଜି ଅପରାହ୍ନ ୩ଟା ସୁଦ୍ଧା ସର୍ବୋଚ୍ଚ ଜଳସ୍ତର ହୀରାକୁଦ ନଦୀବନ୍ଧରେ ଛୁଇଁଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି।
ବର୍ତ୍ତମାନ ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି। ତେବେ ଆସନ୍ତା କାଲି ପ୍ରବଳ ବର୍ଷା ହେବା ପାଣିପାଗ ଅନୁମାନ କରୁଥିବାରୁ ଉପରମୁଣ୍ଡ ବର୍ଷାକୁ ଆଖି ଆଗରେ ରଖି ହିରାକୁଦ ନଦୀବନ୍ଧର ଗେଟ ଅଧିକ ଖୋଲାଯିବା ସମ୍ଭାବନା ରହିଛି।
ହୀରାକୁଦ ନଦୀବନ୍ଧର ସର୍ବୋଚ୍ଚ ଜଳସ୍ତର ୬୩୦ରେ ପହଞ୍ଚିଛି, ୭ ଗେଟ ଖୋଲା
