ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ରେ ଗବେଷଣା ସମ଼୍ପ୍ରସାରଣ ସଭା ଅନୁଷ୍ଠିତ


ଗୋପାଳପୁର,୨୯/୦୯ ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର,ଗଞ୍ଜାମ-୨ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଗବେଷଣା-ସମ୍ପ୍ରାସାରଣ ସମନ୍ଵୟ ସଭା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡକ୍ଟର ସୁଜିତ୍ କୁମାର ନାଥ ଙ୍କର ଅଧ୍ୟକତା ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ମୁଖ୍ୟତଃ ସରକାରଙ୍କର ସମସ୍ତ ବିଭାଗର ଆଗାମୀ ଋତୁ ପାଇଁ ବିଭିନ୍ନ କାର୍ଯ୍ୟସୂଚୀ ଉପରେ ଆଲୋଚନା ହେବା ସହିତ,କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟାବଳୀ ଓ ଅଗ୍ରଗତି ଉପସ୍ଥାପନା କରାଯାଇଥିଲା।ସଭାରେ କୃଷିବିଜ୍ଞାନ କେନ୍ଦ୍ର, ଭଞ୍ଜନଗରର ବୈଜ୍ଞାନିକ ଗଣ,ଓଡ଼ିଶା ରାଜ୍ୟ ସରକାରଙ୍କର କୃଷି ଉଦ୍ୟାନ, ମୃତ୍ତିକା ସଂରକ୍ଷଣ,ମତ୍ସ୍ୟ ଓ ପଶୁପାଳ ବିଭାଗର ଅଫିସର ମାନଙ୍କ ସହିତ,ଭୈରବୀ କୃଷକ ଉତ୍ପାଦକ ସଂଘ, ଚାଷୀ ଶ୍ୟାମସୁନ୍ଦର ଦୋଖି,ଦଣ୍ଡପାଣି ବେହେରା, ଭିଉଜ ଏନଜିଓ ର କର୍ମକର୍ତ୍ତା ଯୋଗ ଦେଇଥିଲେ ।ସମସ୍ତ ବିଭାଗର କାର୍ଯ୍ୟକ୍ରମକୁ ସାମନ୍ତରଳ ଭାବରେ ସମନ୍ଵୟ ରଖି କାର୍ଯ୍ୟ କରିବା ସହିତ,ପ୍ରତି ବ୍ଲକ ସ୍ତରରେ କୃଷକର ପ୍ରୋଗ୍ରାମ ମାଧ୍ୟମରେ କୃଷି ଓ ଉଦ୍ୟାନକୃଷି , ପୋଖରି ଭିତ୍ତିକ ସମନ୍ୱିତ ଚାଷ, ପଶୁପାଳନରେ ରୋଗ ଓ ଏହାର ସଂକ୍ରମଣ ରୋକିବାକୁ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ପରବର୍ତ୍ତିତ ଜଳବାୟୁ କୁ ଦୃଷ୍ଟି ରେ ରଖି ବିଭିନ୍ନ ଜଳବାୟୁ ଅନୁକୂଳ ବିଷମ ଏବଂ ପ୍ରଣାଳୀକୁ ଗୁରୁତ୍ବ ଦେବା ସହିତ ଜିଲ୍ଲାରେ ଧିରେଧିରେ କମିଯାଉଥିବା ଡାଲି ଜାତୀୟ ଫସଲ ର ପୁନରୁଦ୍ଧାର ଉପରେ ଆଲୋଚନା କରାଯାଇଥିଲା। ।