Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଇଂରାଜୀ ବିଭାଗର ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

ଗୋପାଳପୁର ୨୯/୯ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଇଂରାଜୀ ବିଭାଗ ପକ୍ଷରୁ “ସ୍ଥାୟୀ ପରିବେଶ ଏବଂ ଅନ୍ତଃନିହିତ ପରିବେଶ ସାହିତ୍ୟ ଦୃଜନଶିଳତା ସିଦ୍ଧାନ୍ତ ଏବଂ ଅଭ୍ୟାସ” ଶୀର୍ଷକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି l ଆୟୋଜିତ କାର୍ଯ୍ୟକ୍ରମ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ପେନ ଷ୍ଟେଟ ୟୁନିଭେର୍ସିଟି ୟୁଏସଏର ପ୍ରଫେସର ଥମସ ଜେ ଲିନ ଯୋଗ ଦେଇ ମାନବ ଏବଂ ଜୀବଜନ୍ତୁଙ୍କ ଜୀବନ ସଙ୍କଟାପର୍ଣ୍ଣ ରହିଥିବା ନେଇ ଆଲୋକପାତ କରିବା ସହ ଏହି ପ୍ରକାର ସମ୍ମିଳନୀ ଆୟୋଜନ ର ଆବଶ୍ୟକତା ରହିଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିବେଶ ସୁରକ୍ଷା ସମ୍ମିଳନୀ କରୁଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ l ବିଶ୍ୱବିଦ୍ୟାଳୟକୁ ପ୍ରଦୂଷଣ ମୁକ୍ତ ପାଇଁ ପୋଲିଥିନ, ପ୍ଲାଷ୍ଟିକ ବର୍ଜନ କରିବାକୁ କହିଥିଲେ l ବକ୍ତା ଭାବେ ବ୍ରାଜିଲର ଫେଡ଼ରାଲ ୟୁନିଭେର୍ସିଟି ଅଫ ପାରାନା ପ୍ରଫେସର ମିରିୟମ ଆଡେଲମେନ, ସମ୍ମାନିତ ଅତିଥି ଭାବେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ପୋଲାଣ୍ଡ ୟୁନିଭେର୍ସିଟି ଅଫ ରିଜୋଓ ଡ଼. ପାଟରସିଜା ଓସଟିନ, ଡ଼. ଲୁକାଜ ବାରସିନସ୍କି,ଆସାମ ଡ୍ରିବୃଗଡ଼ ୟୁନିଭେର୍ସିଟି ପ୍ରଫେସର ମିର୍ଦୁଲ ବୋରଦଲୋୟୀ, ବାଂଲାଦେଶ ବ୍ରଜଲାଲ କଲେଜ ପ୍ରଫେସର ସରିଫ ଆଟିକୁଜାମାନ, ନେପାଳ ତ୍ରିଭୁବନ ୟୁନିଭେର୍ସିଟି ଡ଼. କୋମଲ ଫୁୟାଲ,ନେପାଳ ସେଣ୍ଟ୍ରାଲ ଡିପାର୍ଟମେଣ୍ଟ ଅଫ ଇଂଗଲିସ ଡ଼. ମନି ଭଦ୍ରକ ଗୌତମ, ନେପାଳ ତ୍ରିଭୁବନ ୟୁନିଭେର୍ସିଟି ଡ଼. ହୁକୁମ ଥାପା, ଡ଼. ରାଜ କୁମାର ଗୁରୁଙ୍ଗ, ନେପାଳ ସେଣ୍ଟ୍ରାଲ ଡିପାର୍ଟମେଣ୍ଟ ଅଫ ଇଂଗଲିସ ଡ଼. ଟୋୟା ନାଥ ଉପାଧୟା, କାନାଡ଼ା ୟୁନିଭେର୍ସିଟି ମୋଟରିୟାଲ ଏରିନ ସାମାନଟ, କାନାଡ଼ାରୁ ଯାକେରି ହୋବସ, ଅଷ୍ଟ୍ରେଲିଆର କୋଟିନ ୟୁନିଭେର୍ସିଟି ଅଫ ଟେକ୍ନୋଲୋଜିର ଡ଼. ସୁନୀଲ ଗୋବିନାଗେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ସୃତି ଦାଶ ଅତିଥି ପାଠ କରିବା ସହ ସମ୍ମିଳନୀର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଶୀର୍ଷକ ଉପରେ ୫୫ ଗବେଷକ, ଗବେଷିକା ସନ୍ଦର୍ଭ ପାଠ କରିଥିଲେ l ଶେଷରେ ବିଭାଗର ଡ଼. ଟି ଇଶ୍ୱର ରାଓ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଅତିଥି ମାନଙ୍କୁ ଉପଢୌକନ ସହ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ତାହାସହ ଅତିଥି ମାନଙ୍କ ଦ୍ୱାରା ଦୁଇଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସହ ସଂଯୋଜକ ଅନିଲ କୁମାର ତିରିଆଙ୍କ ସମେତ ଛାତ୍ର, ଛାତ୍ରୀ, ଗବେଷକ, ଗବେଷିକା,କର୍ମଚାରୀ ଉପସ୍ଥିତ ଥିଲେ l
ଏହି ସମ୍ମିଳନୀରେ ୧୪ଟି ଦେଶର ଅତିଥି ଯୋଗ ଦେଇଥିବା ଜଣାପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories