ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ମୃତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଉଦେପଦର ଛକ ନିକଟରେ ଶୁକ୍ରବାର ରାତି ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ପଂଚମହଲା ପଂଚାୟତ ବରପଦର ଗ୍ରାମର ନିରଞ୍ଜନ ପଧାନ ବୋଲି ଜଣାପଡିଛି । ନିରଞ୍ଜନ ଉଲୁଣ୍ଡାରୁ ନିଜ ଘରକୁ ବାଇକରେ ଏକୁଟିଆ ଫେରୁଥିବା ବେଳେ ଉକ୍ତ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଏକ ମିକ୍ସଚର ମେସିନ ପଛ ପଟେ ଧକ୍କା ଦେଇଥିଲେ । ଫଳରେ ରାସ୍ତାରେ ଛିଟିକି ପଡିବା ସହ ମୁଣ୍ଡରେ ଗଭିର ଆଘାତ ଲାଗିବା ସହ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଦୁର୍ଘଟଣା ସ୍ଥଳରୁ ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି । ଏନେଇ ଉଲୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।