Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଳ ପରିବାରର ୬ ଶହ ତମ ଶବ ସତ୍କାର

ସମ୍ବଲପୁର:ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସମ୍ବଲ ଦ୍ୱାରା ଆଜି ମନ୍ଦଳିଆ ସ୍ଥିତ ରାଜଘାଟ ରେ ୬୦୦ ତମ ଶବ ସତ୍କାର କରାଯାଇଛି l ଗତ ୨୨ ତାରିଖ ଦିନ କେହି ଜଣେ ସହୃଦୟ ବ୍ୟକ୍ତି ପୁରୁଷ ମେଡ଼ିସିନ ୱାର୍ଡ ରେ ଜଣେ ବର୍ଷୀୟ ବୃଦ୍ଧ ଙ୍କୁ ଚିକତ୍ସା ପାଇଁ ଭର୍ତ୍ତି କରିଥିଲେ l ଚିକତ୍ସାଧୀନ ଅବସ୍ଥାରେ ଗତ ୨୫ ତାରିଖ ଦିନ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ l ପରିଚୟ ପାଇଁ ତିନିଦିନ ଫ୍ରୀଜ଼ର ରେ ରଖିଲାପରେ ମଧ୍ୟ ତାଙ୍କର କେହି ନିଜ ଲୋକ ଆସିନଥିଲେ l ସେହିପରି ସେହି ପୁରୁଷ ସର୍ଜରୀ ବିଭାଗରେ ଗତ ୨୮ ତାରିଖ ଦିନ ଚିକତ୍ସାଧୀନ ଅବସ୍ଥାରେ ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା l ତାଙ୍କର ମଧ୍ୟ କେହି ନିଜ ଲୋକ ନ ଆସିବାରୁ ଆଜି ବୁର୍ଲା ମେଡିକାଲ ଫାଣ୍ଡି ଦ୍ୱାରା ଉଭୟ ଶବର ସତ୍କାର ପାଇଁ ସମ୍ବଲ ପରିବାରକୁ ଲିଖିତ ଅନୁରୋଧ କରିଥିଲେ।ସମ୍ବଲ ପରିବାର ପ୍ରଥମେ ୦୫।୧୧।୨୧୧ମସିହାରେ ପ୍ରଥମ ଅଜଣା ଶବ ସତ୍କାର ଆରମ୍ଭ କରି ଆଜି ୬୦୦ ତମ ଶବ ସତ୍କାର ରେ ପହଂଚି ପାରିଛି l ଅଜଣା ଶବ ସହ ୧୭୦ରୁ ଉର୍ଦ୍ଧ୍ବ ଅସହାୟ ଶବ ସତ୍କାର କରାଯାଇଛି l ସମ୍ବଲର ଏହି କାର୍ଯ୍ୟରେ ସହଯୋଗ କରି ଆସୁଥିବା ସମ୍ବଲପୁର ର ଜନସାଧାରଣ, ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ, ରେଡ଼କ୍ରସ, ଜ଼ିଲ୍ଲା ପ୍ରଶାସନ ଏବଂ ପ୍ରେସ ମିଡ଼ିଆକୁ ସମ୍ବଳ ନିଜର କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ