Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଘପାଳରେ ପୋଷଣ ମାସ ଉତ୍ସବ

ସମ୍ବଲପୁର:ଆଜି ମେଘପାଳ ପଞ୍ଚାୟତର ମିଶନ ଶକ୍ତି ଭବନ ଠାରେ ପୋଷଣ ମାସ ଉତ୍ସବ ପାଳିତ ହୋଇ ଯାଇଛି।
ଆୟୋଜିତ ଉତ୍ସବରେ ସିଆରପି ସଞ୍ଜୁଲତା ପ୍ରଧାନ,ସୁମିତ୍ରା ପ୍ରଧାନ,ଅଞ୍ଜୁଲତା ପ୍ରଧାନ,ଲିଲିମା,ପିଏମ ନଲିନୀ ମିର୍ଦ୍ଧା, ଶିବାନୀ ବେହେରା,ଝୁନୁ ସାହୁ,ସସ୍ମିତା ଭେସ୍ରା,ପ୍ରତିମା ମିର୍ଦ୍ଧାଙ୍କ ସହିତ ଜିପିଏଲଏଫଆରଏର ତିଲୋତ୍ତମା ବଗର୍ତ୍ତି ଯୋଗଦାନ କରି ପୁଷ୍ଟିକର ଓ ସୁଷମ ଖାଦ୍ୟର ଉପକାରିତା ଉପରେ ବିଷଦ ଆଲୋଚନା କରିଥିଲେ । ଏହି ଅବସରରେ ପୁଷ୍ଟିକର ଖାଦ୍ୟ ଗୁଡିକର ପ୍ରଦର୍ଶନୀ ହେବା ହୋଇଥିଲା। ଆୟୋଜିତ ଉତ୍ସବରେ କିଶୋରୀ ବାଳିକା ସହିତ ଗର୍ଭବତୀ ଓ ପ୍ରସୂତି ମହିଳା ମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ