Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଲଟ୍ ମିଶନ୍ ଓଡିଶା – ସିସିଡି ଗଜପତି ଆନୁକୁଲ୍ୟରେ ଅନ୍ତର୍ଜାତୀୟ ମିଲେଟ୍ ରେସିପି ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି:୧/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ମିଲେଟ୍ ଅନ୍ତର୍ଜାତୀୟ ବର୍ଷ ଅବସରରେ ଓଡିଶା ମିଲେଟ୍ ମିଶନ୍ ଓ ଗଜପତି ଜିଲ୍ଲାର ସିସିଡି ଅନୁଷ୍ଠାନ ଆନୁକୁଲ୍ୟରେ ଗୁମ୍ମା କୃଷିବିଭାଗ କାର୍ଯ୍ୟାଳୟ ଠାରେ ଏକ ମିଲେଟ୍ ରେସିପି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁପମ ଅଭିସେଖ, ବିଡିଓ, ଗୁମ୍ମା, ସଂଘମିତ୍ରା ପ୍ରଧାନ, ଅତିରିକ୍ତ ଜିଲ୍ଲା ସଂଯୋଜକ, ସ୍ୱସ୍ତିକ ପଟ୍ଟନାୟକ, ମିଲେଟ୍ ମିଶନ୍ ଜିଲ୍ଲା ସଂଯୋଜକ, ରସ୍ମିତା ପଟନାୟକ, ମିଲେଟ୍ ର ବ୍ଲକ୍ ପ୍ରକଳ୍ପ ସଂଯୋଜକ ଗୁମ୍ମା, ଶ୍ରୀକାନ୍ତ ପଟନାୟକ, ମିଶନ୍ ଶକ୍ତି ବ୍ଲକ୍ ପ୍ରକଳ୍ପ ସଂଯୋଜକ-କାଶୀନଗର, ନାରାୟଣ ଚାନ୍ଦ, ବ୍ଲକ୍ କୃଷିଅଧିକାରୀ-କାଶୀନଗର, ସନ୍ଦିପ ପାଣୀ, ସହକାରୀ କୃଷିଅଧିକାରୀ-କାଶୀନଗର, କାଶୀନଗର ଏବଂ ଗୁମ୍ମା ବ୍ଲକ୍ ର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କ ସମେତ ମୋଟ ୧୧୪ ଜଣ ଉପସ୍ଥିତ ଥିଲେ ।ଏହି ପ୍ରତିଯୋଗିତାରେ ମାଣ୍ଡିଆରୁ ପ୍ରସ୍ତୁତ ଲଡୁ, ପକୋଡି, ବିସ୍କୁଟ୍, ଚକୁଳି, ଜନ୍ନା ଲଡୁ, ସୁଆଁ ଖିରି, କାଙ୍ଗୁ ବିରିୟାନୀ ଇତ୍ୟାଦି ପ୍ରସ୍ତୁତ କରାଯାଇଥିଲା ଏବଂ ସମସ୍ତ ଉପସ୍ଥିତ ସଦସ୍ୟସଦସ୍ୟା ମାନଙ୍କୁ ଖାଇବାକୁ ଦିଆଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଯେ ସମସ୍ତେ ମାଣ୍ଡିଆ, ଜନ୍ନା, କାଙ୍ଗୁ ଇତ୍ୟାଦ କୁ ପ୍ରକ୍ରୀୟାକରଣ ମାଧ୍ୟମରେ ବିଭିନ୍ନ ପ୍ରକାର ସ୍ୱଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଦୈନନ୍ଦିତ ଖାଇବେ ଯଦ୍ୱାରାକୁ ପୁଷ୍ଟିହୀନତାକୁ ଦୂରକରାଯାଇପାରିବ ।ଏହି ପ୍ରତିଯୋଗୀତରେ କାଶୀନଗର ବ୍ଲକର୍ ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ପ୍ରଥମ ପୁରସ୍କାର ଏବଂ ଗୁମ୍ମା ବ୍ଲକ୍ ର ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ଦ୍ୱିତୀୟ ପୁରସ୍ଖାର ବିତରଣ କରାଯାଇଥିଲା । ସିସିଡି ସଂପାଦକ ଏ ଜଗନ୍ନାଥ ରାଜୁ, ଏବଂ ଅନ୍ୟାନ୍ୟ ସିସିଡି ର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ