Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବରିଷ୍ଠ ମଞ୍ଚ କଳାକାର ବିଶ୍ଵାମିତ୍ର କର୍ମୀ ଙ୍କ ପରଲୋକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଂଚାୟତ ଅନ୍ତର୍ଗତ ବଡଖମାର ଗାଁ ର କଳାକାର ବିଶ୍ବାମିତ୍ର କର୍ମି ଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସ୍ବର୍ଗତ କର୍ମି ବଡଖମାର ସ୍ଥିତ ଦଧିବାମନ ନାଟ୍ୟ ସଂସଦ ଦ୍ବାରା ପରିବେଷଣ ହେଉଥିବା ରାମାୟଣରେ ନିର୍ଦ୍ଦେଶକ , ବିଭିନ୍ନ ନାଟ୍ୟ ନିର୍ଦ୍ଦେଶନା ସହ ଲେଖକ ଭାବେ ଖ୍ୟାତି ରହିଥିଲା । ଜିଲ୍ଲା ର ବିଭିନ୍ନ ସ୍ଥାନରେ ସେ ଜଣେ ପାଲା ଗାୟକ ଭାବେ ସ୍ବତନ୍ତ୍ର ପରିଚୟ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗାଁ ସ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବଡ ପୁଅ ପ୍ରଭଞ୍ଜନ ମୁଖାଗ୍ନି ଦେଇଥିଲେ । ସେ ଜଣେ ଧାର୍ମିକ ଓ ମେଲାପି ବ୍ୟକ୍ତି ଥିଲେ।