Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ: “ଗୋଟିଏ ଲକ୍ଷ୍ୟ ସ୍ୱଚ୍ଛତା” ପାଇଁ ସଭିଏଁ ଏକାଠି

ସମ୍ବଲପୁର:ଆଜି ସମ୍ବଲପୁର ମହାନଗର ନିଗମର ହୀରାକୁଦ ଗାନ୍ଧୀମିନାର ନେହେରୁ ପାର୍କ,ସ୍ୱାସ୍ଥ୍ୟକେନ୍ଦ୍ର, ବଜାର ପରିସରରେ ସ୍ୱଚ୍ଛତାର ସେବାରେ ଏକାଠି ହୋଇଛି ହୀରାକୁଦ। ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ହୀରାକୁଦ ଉଚ୍ଚ ବାଳିକା ବିଦ୍ୟାଳୟ, ହୀରାକୁଦ ସ୍ୱାସ୍ଥ୍ୟ କେନ୍ଦ୍ର ସଦସ୍ୟ, କହାନଗର କର୍ମଚାରୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଟି ସଦସ୍ୟା, ହିଣ୍ଡାଲକୋ କର୍ମଚାରୀ ପ୍ରୁଖ ମିଶି “ଗୋଟିଏ ପ୍ରୟାସ – ସ୍ୱଚ୍ଛତା” ଏହି ଲକ୍ଷ୍ୟ ରଖି ସୁସ୍ଥ ଓ ସୁନ୍ଦର ପରିବେଶରେ ହୀରାକୁଦର ନବ ନିର୍ମାଣ ପାଇଁ ସଂକଳ୍ପ ନେଇ ଉନ୍ନତ ଭାରତରେ ହୀରାକୁଦର ଯୋଗଦାନକୁ ଗୁରୁତ୍ୱ ଦିଆଯାଇଥିଲା | ପୂଜ୍ୟ ବାପୁଙ୍କ ପାଇଁ ସ୍ୱଚ୍ଛ ଭାରତ ହେଉଛି ପ୍ରକୃତ ଶ୍ରଦ୍ଧାଞ୍ଜଳି ଏହି ମହତ ଲକ୍ଷ୍ୟରେ ପ୍ରତିଦି ୧ ଘଣ୍ଟା ସ୍ୱଚ୍ଚତା ପାଇଁ ସଭିଙ୍କୁ ଏକାଠି କରି ହୀରାକୁଦକୁ ଦେଶର ସର୍ବଶ୍ରେଷ୍ଠ ପରିଚ୍ଛନ୍ନତାର ସହର ଭାବେ ଗଢିତୋିଲିବାକୁ ମିଳିତ ସବୁ ଅନୁଷ୍ଠାନ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଯୋଡି କାମ କରିବାକୁ ଆଜି ନିଜ ନିଜ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ