କ୍ରିୟା ଫାଉଣ୍ଡେସନ ପକ୍ଷରୁ ସମ୍ବଲପୁରରେ ପିଙ୍କ ଅକ୍ଟୋବର ଉଦଘାଟିତ
ସମ୍ବଲପୁର:କ୍ରିୟା ଫାଉଣ୍ଡେସନ ପକ୍ଷରୁ ସମ୍ବଲପୁରରେ ସ୍ତନ କର୍କଟ ଉପରେ ସଚେତନତା ରାଲି ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହା ସହ ସମ୍ବଲପୁରରେ ରାଜ୍ୟସ୍ତରୀୟ ପିଙ୍କ ଅକ୍ଟୋବର ଉଦଘାଟିତ ହୋଇଯାଇଛି | କ୍ରିୟା ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ଲିଲି ଜେନାମଣିଙ୍କ ନେତୃତ୍ବରେ ସମ୍ବଲପୁରରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା | ଏନେଇ ସମ୍ବଲପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗନେଇ ରାଲିରେ ଯୋଗ ଦେବା ସହ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେବା ସେଠାରେ ଉପସ୍ଥିତ ବରିଷ୍ଠ ଡାକ୍ତରଙ୍କୁ ନିଜର ପ୍ରଶ୍ନ ପଚାରିବା ସହ ସ୍ତନ କର୍କଟ ସମ୍ପର୍କରେ ନିଜ ମନରେ ଉପୁଜୁଥିବା ସନ୍ଦେହ ଦୂରୀଭୂତ କରିଛନ୍ତି | ଆଜି ସକାଳ 7ଟା 30 ସମୟରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ପରିସରରେ ସମସ୍ତ ଛାତ୍ରଛାତ୍ରୀ ଏକଜୁଟ ହୋଇଥିଲେ | ଏହା ପରେ ସେଠାରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କୂଳପତି ପ୍ରଫେସର ଏନ ନାଗାରାଜୁ ପିଙ୍କ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ | ଏହି ଏବସରରେ କ୍ରିୟା ଫାଉଣ୍ଡେସନର ଲିଲି ଜେନାମଣି, ସେବା ଅଧ୍ୟକ୍ଷ ଡକ୍ଟର ଅମର ତାଣ୍ଡିଆ, ସମ୍ବଳର ରାମଦାସ ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ର, ଛାତ୍ର ନେତା ଚୁମନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରାଲିକୁ ଆଗକୁ ନେଇଥିଲେ | ସମ୍ବଲପୁର ସହରର ଏମ୍ସ, ନ୍ୟୁଟନ, ବେଦିକ, ଗୁରୁ ନାନକ ପବ୍ଲିକ ସ୍କୁଲ ଓ ଜିଏମ ବିଶ୍ବବିଦ୍ୟାଳୟର 600ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କୁ ଏହି ରାଲି ଜିଏମ ବିଶ୍ବବିଦ୍ୟାଳୟରୁ ବାହାରି ଫୋରସି ପଡିଆରେ ପହଂଚିଥିଲା | ରାଲିରେ ଛାତ୍ରଛାତ୍ରୀ ନିଜ ହାତରେ ତିଆରି କର୍କଟ ସଚେତନତାର ପ୍ଲାକାର୍ଡ ଧରି ରାଲିରେ ଯାଇଥିଲେ | ପରେ ସେଠାରେ ପହଂଚିଲା ପରେ ବରିଷ୍ଠ ତଥା ଅଭିଜ୍ଞ ଡାକ୍ତରଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା | ସେଠାରେ ଛନ୍ଦାମୟୀ ମିଶ୍ର ମଂଚ ପରିଚାଳନା କରିଥିବାବେଳେ ବରିଷ୍ଠ ବ୍ୟକ୍ତିବିଶେଷ ଯୋଗଦେଇଥିଲେ | ହୀରାକୁଦ କଲେଜର ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ନୁକ୍କଡ ନାଟକ ପରିବେଷ କରାଯାଇଥିଲା | କ୍ୟାନସର ଉପରେ ସଚେତନତା ଧର୍ମୀ ଏହି ନାକଟରେ ଅନେକ ଶିକ୍ଷଣୀୟ ବାର୍ତ୍ତା ଭରି ରହିଥିଲା | କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବରେ ଡିପିଏଚଓ ଡାକ୍ତର ପ୍ରମୋଦ ଚନ୍ଦ୍ର ବିଶ୍ବାଲ, ସର୍ଜିକାଲ ଅଙ୍କୋଲୋଜି ଡାକ୍ତର ସୁଧାଂଶୁ ପଣ୍ଡା, ଭୀମସାର ବୁର୍ଲାରୁ ଡାକ୍ତର ଇନ୍ଦ୍ରାଣୀ, ଏନସିଡିର ଆସିଷ୍ଟାଣ୍ଟ ମ୍ୟାନେଜର ଡାକ୍ତର ସ୍ବାଗତିକା ବେହେରା, ଡବ୍ଲୁଏଚଓର ଡାକ୍ତର ଶ୍ୟାମ, କ୍ଲିନିକାଲ ନ୍ୟୁଟ୍ରିଷନିଷ୍ଟ ଡାକ୍ତର ଅଂଜନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ | ସେହିପରି କାର୍ଯ୍ୟକ୍ରମରେ ସ୍ପର୍ଶର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ଘନଶ୍ୟାମ ବିଶ୍ବାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କ୍ୟାନସର ରୋଗୀଙ୍କ ପ୍ରତି ସାମାଜ ସ୍ତରରେ ବ୍ୟବହାର ଉପରେ ମତ ରଖିଥିଲେ | ସେହିପରି କ୍ୟାନସର ରୋଗୀଙ୍କ ପାଇଁ କାର୍ଯ୍ୟ କରୁଥିବା ସାଥୀ ଚାରିଟେବୁଲ ଟ୍ରଷ୍ଟର ସିଦ୍ଧାର୍ଥ ଶାହା ଯୋଗଦେଇଥିଲେ | କାଉନସିଲର ତାପସ ସ୍ବାଇଁ ଓ ଦେବେନ୍ଦ୍ର ମହାକୁଡ ଯୋଗ ଦେଇ କାଉସିଲିଂ କରିଥିଲେ | ଏହା ପରେ ସମସ୍ତ ଅତିଥିଙ୍କୁ ସମ୍ମାନୀତ କରାଯିବା ପରେ ରୋଗୀ ନିଜର ଅନୁଭୂତି ବଖାଣିଥିଲେ | ଶେଷରେ ଫାଉଣ୍ଡେସନର ଲିଲି ଜେନାମଣି ଧନ୍ୟବାଦ ଅର୍ପଣ କରିଥିଲେ |

