Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାତୃ ଶକ୍ତୀ ଉପରେ ଆଲୋଚନା,ଓକବିତା ପାଠତ୍ସୋଵ

ସମ୍ବଲପୁର:ରଵିଵାର ଦିନ ସର୍ଵସାଧାରଣ ପାଠାଗାର, ସମ୍ବଲପୁରଠାରେ ସିଦ୍ଧେଶ୍ଵରୀ ଧର୍ମ ସ୦ସଦ ତରଫରୁ ସ୦ସଦ ସଭାପତି ଶ୍ରୀ ଗୋପିନାଥ ଷଡଙ୍ଗୀଙ୍କ ସଭାପତିତ୍ଵରେ ମହିଳା ସଶକ୍ତି କରଣ ଵର୍ଷ ,ତଥା ସ୦ସଦର ଦିଂବଗତ ପୂର୍ଵତନ ସମ୍ପାଦିକା ଗୀତାଞ୍ଜଳୀ ଷଡଙ୍ଗୀଙ୍କ୨ୟ,ସ୍ମୁତି ସମ୍ମାନ,ଓ ଶ୍ରଦ୍ଧାଞ୍ଜଳୀ ଦିଵସ ପାଳନ କରାଯାଈଅଛି।ଏହି ଅଵସରରେ ସମଲେଶ୍ଵରୀ ମହାଵିଦ୍ୟାଳୟର +୨ଛାତ୍ରୀ ନନ୍ଦପଡା,ସମ୍ଵଲପୁର ରକଵି ଵିଚିତ୍ରା ଵାଗ ଙ୍କୁ ୨ୟ ଗୀତାଞ୍ଜଳୀ ଷଡଙ୍ଗୀ ସ୍ମୁତି ସମ୍ମାନ ରେ ସମ୍ମାନୀତ କରାଜାଈ ମାନପତ୍ର ପ୍ରଦାନ କରାଯାଈଥିଲା।ସେହିପରି ଖିଣ୍ଡା,ରେଙ୍ଗାଳୀର କବି ସୁଶ୍ରୀ ସରସ୍ପତୀ ସାଲିମା ଙ୍କୁ ଅଙ୍କିତା ପାଣୀ, ସ୍ମୁତି ସମ୍ମାନ ପ୍ରଦାନ କରାଯାଈଅଛି।ଏଥିରେ ସମ୍ପାଦକ ସ୍ଵୀକାର ,ଶ୍ରୀ ହେମନ୍ତ କୁମାର ମହାପାତ୍ର,ମୂଖ୍ୟ ଅତୀଥି,ଏନଏସି ମହାଵିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ,ଶ୍ରୀ ସୋମନାଥ ଵିଶ୍ଵାଳ,ସମ୍ମାନୀତ ଅତିଥି,ସମ୍ଵଲପୁର ମହିଳା ମହାଵିଦ୍ୟାଳୟର ଓଡିଆ ଵିଭାଗ ମୂଖ୍ୟ ଶ୍ରୀ ଅଖିଳ ଵିଶ୍ଵାଳ,ମୁଖ୍ୟଵକ୍ତା,ଓ ସଂଯୋଜୀକା,ଶିକ୍ଷକ,କଵି,ମମତା ନାଥ ଯୋଗ ଦେଇଥିଲେ।ସଂସଦ ସମ୍ପାଦକ ସୁଶାନ୍ତ କୁମାର ପଣ୍ଡା ପ୍ରାରମ୍ଭିକ ସୁଚନା ପ୍ରଦାନସହ ମାତୃଶକ୍ତି ଉପରେ ଆଲୋଚନା କରିଥିଲେ।ଶ୍ରୀ,କମଳ ପଣ୍ଡା,ବିଭୂତି ଭୁଷଣ ମିଶ୍ର,ସଵିତା ମିଶ୍ର,ସଵିତା ଷଡଙ୍ଗୀ,ମମତାନାଥ,ଶରତକୁମାର ଓ ଅନ୍ୟ ଅନେକ କଵି ମାତୃଶକ୍ତି ଉପରେ କଵିତାପାଠ କରିଥିଲେ। ଶେଷରେ ସହ ସମ୍ପାଦିକା,ସଵିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ