Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିକୁ ବିଜେପିର ପାଲଟା ଜବାବ- ଆନ୍ଦୋଳନରେ ବସିଥିବା ଲୋକଙ୍କ ପାଖକୁ ଯାଇ ଜନସଂପର୍କ କରୁ ନାହାନ୍ତି

ଭୁବନେଶ୍ଵର: ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ଶାସକ ବିଜୁ ଜନତା ଦଳ(ବିଜେଡି) ପଦଯାତ୍ରା ଅଭିଯାନ ଆରମ୍ଭ କରିଛି। ଭୁବନେଶ୍ଵର ୫୭ ନମ୍ବର ଓ୍ବାର୍ଡ ବଡ଼ଗଡ଼ରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ଆଉ ଏହାର ପାଲଟା ଜବାବ ଦେଇଛି ବିଜେପି। ବିଜେଡିର କଜନସଂପର୍କ ପଦଯାତ୍ରାକୁ ଜନ ପ୍ରତାରଣା ଯାତ୍ରା କହିଛି ବିଜେପି।

ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି, ବିଜେଡିର ଜନ ସମ୍ପର୍କ  ଅଭିଯାନ ନୁହେଁ, ଏହା ଜନ ପ୍ରତାରଣା ଅଭିଯାନ। ଏ ଜନ ସମ୍ପର୍କ ଅଭିଯାନ କାହିଁକି ? ଯଦି ରାଜ୍ୟବ୍ୟାପୀ ଜନଶୁଣାଣୀ ଚାଲିଥିଲା, ତାହେଲେ ଏ ଜନ ସମ୍ପର୍କ ଅଭିଯାନ କାହିଁକି ? ବିଧାନସଭା ଚାଲିଥିବାବେଳେ ଲୋକ ଧାରଣାରେ ବସିଛନ୍ତି, ଯଦି ରାଜ୍ୟବ୍ୟାପୀ ଜନଶୁଣାଣୀ ଚାଲିଥିଲା ତାହେଲେ ଏ ଲୋକ ଧାରଣାରେ ବସୁଛନ୍ତି କାହିଁକି ?

ବିଜେପି କହିଛି ୫୦୦ କୋଟି ଖର୍ଚ୍ଚ କରି ଜନ ଶୁଣାଣି କଲେ। ପୁଣି କାହିଁକି ପଦଯାତ୍ରା। ଲୋୟର ପିଏମଜିରେ ହଜାର ହଜାର ଲୋକ ଆନ୍ଦୋଳନରେ ବସିଛନ୍ତି। ଆନ୍ଦୋଳନରେ ବସିଥିବା ଲୋକଙ୍କ ପାଖକୁ ଯାଇ ଜନସଂପର୍କ କରୁ ନାହାନ୍ତି। ବିରେଧୀ ଦଳ ଜନ ବିରୋଧୀ ନୁହନ୍ତି, ବିଜେଡିର ବହୁ ନେତା ଜନ ବିରୋଧୀ। ସିଏମଓ ଏବେ ହିଟଲର ସାଜିଥିବା କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ।

ଏହା ପୂର୍ବରୁ ଆଜି ଜନସଂପର୍କ ପଦଯାତ୍ରାରେ ବିରୋଧୀଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିରୋଧୀମାନେ ବିକାଶ ବିରୋଧୀ ଓ ଜନବିରୋଧୀ ଅଟନ୍ତି। ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି। ଲୋକଙ୍କୁ ଭୁଲ୍ ଖବର ଦେବା, ଭ୍ରମିତ କରିବା ସେମାନଙ୍କର କାମ ହୋଇଛି। ନିର୍ବାଚନ ଆସିଲେ ସେମାନେ ଏମିତି କାମ କରନ୍ତି। ସେଥିପାଇଁ ସେମାନଙ୍କୁ ଜନତା ସବୁ ବେଳେ ପ୍ରତ୍ୟାଖ୍ୟାନ କରି ଆସିଛନ୍ତି। ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର କାର‌୍ୟ୍ୟରେ ବି ବାଧା ଦେବାକୁ ଚେଷ୍ଟା କରିଥିଲେ। ଲୋକେ ତାଙ୍କୁ କ୍ଷମା ଦେବେନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ