ମା ଫୁଲଚରାନୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଫୁଲଚରା ଦଳ ଚାମ୍ପିଆନ ଘୋଷିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତ ର ଫୁଲଚରା ରେ ହେଉଥିବା ମା ‘ ଫୁଲଚରାନି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ ଟାଟାରକେଲା (ବୌଦ୍ଧ) କୁ ୧-୦ ଗୋଲ ରେ ହରାଇ ଆୟୋଜକ ଏମ ଏଫ୍ ଏଫ୍ ଫୁଲଚରା ଚାମ୍ପିଅନ ହୋଇଛି । ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ବହଲପଦର ସେବା ସମବାୟ ସମିତିର ସଂପାଦକ ପ୍ରଫୁଲ୍ଲ ଦନ୍ତା ମୁଖ୍ୟ ଅତିଥି ଏବଂ କ୍ରୀଡାବିତ ସଞ୍ଜୀବ ମେହେର , ଆଲୋକ ଦେହୁରୀ ଓ ଭଗବାନ କର୍ଣ୍ଣ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଉଭୟ ଚାମ୍ପିଅନ ଓ ରନର୍ସ ଅଫ ଦଳ କୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଫାଇନାଲ ମ୍ୟାଚ୍ କୁ ଅଜିତ ନାଏକ ,ଶିବାଶିଷ କର୍ମୀ ଓ ବିଦ୍ୟାଧର ସିମୁଳିଆ ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ । ଆୟୋଜକ ଶୁଭାକାର ଖଣ୍ଡାୟତ , ସନ୍ତୋଷ ମଲ୍ଲିକ , ଅଚ୍ୟୁତ ସେଠୀ , ପୁରସ୍ତମ ଭୋଇ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ ।