Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲ୍ ବାହାଦୂର ଶାସ୍ତ୍ରିଜୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ ।

ପାରଳାଖେମୁଣ୍ଡି:୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସ୍ତରୀୟ ୧୫୪ ତମ ଜାତିର ଜନକ ମହାତ୍ମା ଗାନ୍ଧି ଓ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ଜିଲ୍ଲା ପ୍ରଶାସନ ତରଫରୁ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରାତଃ ୪.୩୦ ମି.ସମୟରେ ଡାକବାଜି ଯନ୍ତ୍ର ଦ୍ବାରା ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ୍ ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା । ସେହିପରି ସକଳ ୬.୩୦ ମି. ସମୟରେ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଗୌରହରି ପାଠାଗାର ଓ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଯ୍ୟନ୍ତ ସଭାଯାତ୍ରା କରାଯାଇଥିଲା। ଗାନ୍ଧୀ ଛକ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ
ଜିଲ୍ଲାପାଳ, ଗଜପତି
ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଅଧ୍ୟକ୍ଷ, ଜିଲ୍ଲାପରିଷଦ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ,ଅଧ୍ୟକ୍ଷା ପୌର ପରିଷଦ ପାରଳାଖେମୁଣ୍ଡି,ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ, ଉପ-ଜିଲ୍ଲାପାଳ,ପାରଳାଖେମୁଣ୍ଡି ଓ ସହରର ବହୁ ମାନ୍ଯ ଗଣ୍ଯ ବ୍ଯକ୍ତି ବିଶେଷ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ପରେ ପରେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଭକ୍ତି ସଙ୍ଗୀତ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାର ଦ୍ବାରା ବୈଷ୍ଣବ ଜନତେ ସଙ୍ଗୀତ ପରିବେଷଣ କରାଯାଇଥିଲା । ଜିଲ୍ଲାପାଳ ବୈଠକରେ ସମସ୍ତ ମାନ୍ଯଗଣ୍ଯ ବ୍ଯକ୍ତି ବିଶେଷ ଓ ଛାତ୍ର ଛାତ୍ରୀମାଙ୍କୁ ସ୍ବଚ୍ଛତା ହିଁ ସେବାର ଏକ ଶପଥ ପାଠ କରାଇଥିଲେ । ସର୍ବଧର୍ମ ପ୍ରାର୍ଥନା ରେ ଗୀତା ପାଠ ପରିବେଷଣ କରିଥିଲେ ଗୋପାଳ କୃଷ୍ଣ ପଣ୍ଡିତ, ବାଇବେଲ ପାଠ ପରିବେଷଣ କରିଥିଲେ ଫାଦର ଅଜିତ୍ କୁମାର ନାୟକ ଓ କୋରାନ ପାଠ ପରିବେଷଣ କରିଥିଲେ ବିଲାଲ ମୁସ୍ତାଫାଙ୍କ ଦ୍ବାରା ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା ।
ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ନିଜ ବକ୍ତବ୍ଯରେ ଅହିଂସା ଅସ୍ତ୍ରକୁ ପାଥେୟ କରି ଗାନ୍ଧିଜୀ ଦେଶକୁ ସ୍ବାଧୀନତା ଆଣିଥିଲେ । ଏଣୁ ସମାଜକୁ ଦିଗ୍ ଦର୍ଶନ ଦେବା ପାଇଁ ଅହିଂସାକୁ ଅସ୍ତ୍ର କରି ସମାଜକୁ ଆଗେଇ ନେବା ଓ ମାନବ ସମାଜ ଆଜି ପ୍ରଗତି ପଥରେ ଆଗେଇ ଚାଲିଥିବା ଜଣାଇଥିଲେ । ଏହା ସହିତ ଗଜପତି ଜିଲ୍ଲା ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସ୍ବଚ୍ଛତା ହିଁ ସେବା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଜଣାଇଥିଲେ ସେହିପରି ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଅଧ୍ୟକ୍ଷ, ଜିଲ୍ଲାପରିଷଦ ଗଜପତି କହିଥିଲେ ଅହିଂସା ମାର୍ଗରେ ଗାନ୍ଧିଜୀ ସ୍ବାଧୀନତା ଆଣିଥିଲେ ଏବଂ ସ୍ବଚ୍ଛତା ମାର୍ଗକୁ ଆପଣାଇ ଥିଲେ ଆମେ ସୁସ୍ଥ ସମାଜ ଗଠନ କରିପାରିବା ସହିତ ଗାନ୍ଧୀଜୀ ସାରା ବିଶ୍ବକୁ ଶାନ୍ତି, ଅହିଂସା, ତ୍ୟାଗ ଓ ନିଷ୍ଠାର ବାର୍ତ୍ତା ଦେଇଥିଲେ ବୋଲି ମତ ରଖିଥିଲେ । ସେହିପରି ଶ୍ରୀଯୁକ୍ତ ଵିନୋଦ ଚନ୍ଦ୍ର ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ସତ୍ଯ, ଅହିଂସା ଓ ଧର୍ମନିରପେକ୍ଷତା ଥିଲା ଗାନ୍ଧିଜୀଙ୍କ ମୂଳମନ୍ତ୍ର,ହିଂସା ଓ ଆନ୍ଦୋଳନକୁ ଛାଡି ଅହିଂସା ମାର୍ଗକୁ ଆପଣାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ଗାନ୍ଧିଜୀ ବିଶ୍ବକୁ ମାନବିକତାର ଧର୍ମ ଉପରେ ଶିକ୍ଷା ଦେଇଥିଲେ ଏବଂ ତାଙ୍କରି ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କଲେ ଜିଲ୍ଲା, ରଜ୍ୟ ତଥା ଦେଶର ଉନ୍ନତୀ ହୋଇପାରିବ ବୋଲି କହିଥିଲେ । ସେହିପରି ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌର ପରିଷଦ ପାରଳାଖେମୁଣ୍ଡି ଓ ଶ୍ରୀମତୀ ମନାଳିସା ଦାସ, ପ୍ରଧାନ ଶିକ୍ଷୟତ୍ରୀ,ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟପାରଳାଖେମୁଣ୍ଡି ବୈଠକରେ ମଞ୍ଚାସୀନ ଥିଲେ।
ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମଇ ପରିଚାଳନା କରିଥିବା ବେଳେ ସ୍ଥାନୀୟ କ୍ରୀଡା ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ