Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା କଡରୁ ଉଦ୍ଧାର ନବଜାତ ଶିଶୁ ପୁତ୍ରର ଡାକ୍ତରଖାନାରେ ମୃତ୍ୟୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଗ୍ରାମର ରାସ୍ତା କଡ଼ରୁ ଏକ ବ୍ୟାଗ ରେ ଭର୍ତ୍ତି କରାଯାଇ ଥିବା ନବ ଜାତ ଶିଶୁ ପୁତ୍ର କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁ ଟି ଜୀବିତ ଅବସ୍ଥାରେ ରାସ୍ତା କଡ଼ରେ କେହି ବ୍ୟାଗ୍ ଭିତରେ ରଖି ଛାଡି ଯାଇଥିଲା । ସକାଳୁ ସେହି ବାଟ ଦେଇ ଗ୍ରାମର ଭାନୁମତୀ ବାଘ ନାମକ ଜଣେ ମହିଳା ବୀରମହାରାଜପୁର କୁ ଯାଉଥିବା ବେଳେ ନବଜାତ ଶିଶୁ ପୁତ୍ରକୁ ବ୍ୟଗ ଭିତରେ ଥିବା ଦେଖିବାକୁ ପାଇଲେ । ଶିଶୁ ପୁତ୍ର ଟି ଜୀବିତ ଥିବା ବେଳେ ଦେଖୁ ନ ଥିବା ସହ କାନ୍ଦୁ ନ ଥିବା ବୋଲି ମହିଳା ଜଣକ ପ୍ରକାଶ କରିଛନ୍ତି । ମହିଳା ଜଣକ ଉକ୍ତ ନବଜାତକ ଶିଶୁ କୁ ଉଦ୍ଧାର କରି ପ୍ରଥମେ ସୁବଳୟା ଡାକ୍ତରଖାନା ପରେ ବୀରମହାରାଜପୁର ଡାକ୍ତରଖାନା କୁ ଚିକିତ୍ସା ପାଇଁ ଆଣି ଡାକ୍ତରଖାନାରେ ଶିଶୁ ପୁତ୍ରକୁ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଶିଶୁର ସ୍ବସ୍ଥ୍ୟ ପରୀକ୍ଷା ନିରୀକ୍ଷା କରି ଶିଶୁର ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ମହିଳା ଜଣକ ୧୦୨ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ଶିଶୁ ପୁତ୍ର କୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ଅପରାହ୍ନ ରେ ନବଜାତ ଶିଶୁ ପୁତ୍ର ଟି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୁଚନା ମିଲିଛି । ପ୍ରାପ୍ତ ସୁଚନା ମତେ ଗତ କାଲି ରାତ୍ରିରେ କୁଆଡେ ରେଢାଖୋଳ ରାସ୍ତା ଦେଇ ଏକ ବଲେରୋ ଗାଡି ରେ କିଛି ଲୋକ ଉକ୍ତ ସ୍ଥାନରେ ଅଟକି ଥିବା ସ୍ଥାନିୟ ଲୋକେ ଦେଖିଥିବା ବେଳେ ଉକ୍ତ ବଲେରୋ ରୁ ନବଜାତ ଶିଶୁ ପୁତ୍ର କୁ ଛାଡି ଦେଇଥିବା ସାଧାରଣରେ କୁହାକୁହି ହେଉଥିବା ବେଳେ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।