Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସରପଞ୍ଚ ଆନ୍ଦୋଳନର ସମାଧାନ ପରିବର୍ତ୍ତେ ସରକାରଙ୍କ ଭଣ୍ଡୁର ଉଦ୍ୟମ

ପାରଳାଖେମୁଣ୍ଡି:୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ରାଜ୍ୟରେ ସରପଞ୍ଚ୍ ମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟ ସରକାର ଏହାର ସମାଧାନ କରିବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ଭଣ୍ଡୁର କରିବା ଭଳି ପ୍ରଶାସନିକ ତତ୍ପରତା ଆରମ୍ଭ କରୁଥିବା ସମନ୍ଧୀୟ ବିଭିନ୍ନ ଚିଠି ସରପଞ୍ଚ୍‌‍ ମାନଙ୍କୁ ଦେବା ଆରମ୍ଭ ହୋଇଥିବା ସୂଚନା ମିଲିଲାଣି । ଏଠାରେ ସୂଚନା ଯୋଗ୍ୟଯେ , ସମ୍ବଲପୁର ସମେର ରାଜ୍ୟ ସରପଞ୍ଚ୍‌‍ ମାନେ ଗତ ୨ମାସ ତଳେ ଜିଲ୍ଲା ସ୍ତରରୁ ୧୨ ଦଫା ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦତ୍ତ କରିଥିଲେ । ଏଥିରେ କୌଣସି ଫଳ ନମିଲିବାରୁ ରାଜ୍ୟ ସରପଞ୍ଚ୍‌‍ ମହାସଂଘ ଦ୍ଵାରା ଗତ ୧୫ ତାରିଖ ଦିନ ଭୁବନେଶ୍ବର ଠାରେ ରାଜ୍ୟର ସମସ୍ତ ସରପଞ୍ଚ୍‌‍ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୫ ଦଫା ଦାବିପତ୍ର ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦ୍ଵାରା ପ୍ରଦାନ କରାଯାଇ ଚଳିତ ମାସ ୧୨ ତାରିଖ ସୁଦ୍ଧା କୌଣସି ନିଷ୍ପତ୍ତି ନିଆନଗଲେ ୨୩ ତାରିଖରୁ ଧାରଣାରେ ବସିବାକୁ ଚେତାବନି ଦିଆଯାଇଥିଲା । ସରକାର ଫଳପ୍ରଦ ନିଷ୍ପତ୍ତି ବା ଆଲୋଚନା ନକରିବାରୁ ମହାସଂଘ ୨୩ ତାରିଖରୁ ପିଏମଜି ଛକରେ ଧାରଣାରେ ବସିଛି । ଏଭଳି ସ୍ଥିତିରେ ସରପଂଚ ମାନେ ଧାରଣାରେ ଥିବା ବେଳେ କେତେକ ବ୍ଲକରୁ ସରପଞ୍ଚ୍‌‍ ମାନଙ୍କୁ ନିଜର ନୈତିକ ଅଧିକାର ଉପରେ ହସ୍ତକ୍ଷେପ କରି ସରପଞ୍ଚ୍‌‍ଙ୍କ ଏକତାକୁ ଭଣ୍ଡୁର କରିବା ଉଦ୍ୟମ କରୁଥିବା ବିଷୟ ସାମ୍ନାକୁ ଆସିଲାଣି । ଡିଏସସି ଡି ଏଣ୍ଡରୋଲ୍ଡ ପଞ୍ଚାୟତର ପିଇଓ / ଜିଆରଏସମାନଙ୍କୁ ଦେବାପାଇଁ ସରପଞ୍ଚମାନଙ୍କୁ ବିଡିଓ ମାନେ ଚିଠି କରୁଛନ୍ତି । ଏପରିକି ଚିଠିରେ ସହଯୋଗ ନକଲେ ଏମଆର ଜିରୋ କରିଦେବୁ ବୋଲି ଚେତାବନି ଶୁଣାଇବା ସହିତ ଗରୀବ ହିତାଧିକାରୀଙ୍କ ଆର୍ଥିକ କ୍ଷତି ହେବା ଭଳି ଚେତାଇ ବ୍ଲକରେ ମଧ୍ୟ ଡିଏସସି ଡି-ଏଣ୍ଡରୋଲ୍ଡ ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ବ୍ୟକ୍ତିଗତ ଭାବେ ଏଭଳି କୌଣସି ସରପଞ୍ଚଙ୍କୁ ଏଭଳି କୌଣସି ଚିଠି ଦିଆଯାଇନଥିଲେ ମଧ୍ୟ ବିଭିନ୍ନ ଗ୍ରୁପ, ୱାଡସଫ ଆଦିରେ ପଠାଯାଇଛି। ଏଣେ ସରପଞ୍ଚ୍‌‍ ମାନେ ୨୨ ତାରିଖ ଭିତରେ ସେମାନଙ୍କ ଦାବି ନେଇ ସରକାର କୌଣସି ସମାଧାନ ନକଲେ ସଂପୂର୍ଣ୍ଣ ଅସହଯୋଗ କରିବା ନେଇ ଘୋଷଣା କରିସାରିଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଳରେ ସରପଞ୍ଚ୍‌‍ ମାନଙ୍କ ଉପରେ ଦୋଷ ଲଦି ସରକାର ଯେଉଁ ଗୋଟି ଚଲାଇବା ଆରମ୍ଭ କରିଛନ୍ତି ସେଥିରୁ ନିବୃତ ରହିବା ସହିତ ସରପଞ୍ଚ୍‌‍ ମାନଙ୍କ ଦାବି ଉପରେ ଅବିଳମ୍ବେ ଆଲୋଚନା କରି ଏହାର ସରଳ ସମାଧାନ କରିବା ସହିତ ଗ୍ରାମାଞ୍ଚଳ ଭଳି ତୃଣମୂଳ ବିକାଶରେ ନିଜର ଦାୟିତ୍ଵ ମୁଣ୍ଡେଇବା ଉଚିତ ହେବ ବୋଲି ରାଷ୍ଟ୍ରିୟ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ରାଜ୍ୟ ସଂଗଠନ ସଂପାଦକ ଡା.ରାଜାରାମ ଷଡଙ୍ଗୀ ସରକାରଙ୍କୁ ଏକ ପ୍ରେସ ବିଜ୍ଞପ୍ତିରେ ଅନୁରୋଧ କରିଛନ୍ତି ।

More Stories