Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲାର ଅବସରପ୍ରାପ୍ତ ସୈନିକବଳ ଙ୍କ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟାଳୟରେ ECHS Polyclinic ଜାତୀୟ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, ୦୨/୧୦ (ଜଗନ୍ନାଥ ନାଏକ) : ଗତ କାଲି ଅକ୍ଟୋବର ଏକ ତାରିଖ ଜାତୀୟ ସ୍ବଚ୍ଛତା ଦିବସ। କଳାହାଣ୍ଡି ଜିଲ୍ଲାର ଅବସରପ୍ରାପ୍ତ ସୈନିକବଳ ଙ୍କ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟାଳୟ ECHS Polyclinic ରେ ସକାଳ ୧୦ ଘଟିକା ସମଯରେ, କମାନ ଅଧିକାରୀ, କର୍ଣ୍ଣେଲ୍ ବିଶ୍ବଜିତ ଦାସ (ଅବସର ପ୍ରାପ୍ତ) ଙ୍କ ଅଧ୍ୟକ୍ଷତାରେ – ମେଡ଼ିକାଲ ଅଫିସର କେପ୍ଟେନ ରବିନାରାୟଣ ସେନାପତି (ଅବସର ପ୍ରାପ୍ତ), ଡାଃ ଈଶା ଇପସିତା, ସୁବେଦାର ବି ମଧୂସୁଦନ (ଅବସର ପ୍ରାପ୍ତ), ହାବିଲଦାର ଜି ବଳରାମ (ଅବସର ପ୍ରାପ୍ତ), ସିପାହୀ ଗଜୀନ୍ଦ୍ର ଡାକୁଆ, ଶ୍ରୀମତୀ ଏଲିନା ବାରିକ, କୁମାରୀ ଭଵାନୀ ତାଣ୍ଡି, ଶ୍ରୀ ତାହିର ମୋହମ୍ମଦ ଏବଂ ଶ୍ରୀ ଆଲୋକ ଦାଶ ନିଜ କାର୍ଯ୍ୟାଳୟ ପରିସର ରେ ଉତ୍ସାହ ର ସହ ସ୍ବଚ୍ଛତା ଦିବସ ପାଳନ କରି ଶ୍ରମଦାନ ଓ ସଫେଇ କରି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ