ଅକ୍ଟୋବର ୦୨ ରେହିଁ ଗାନ୍ଧି ମନ୍ଦିର କଥା ମନେପଡେ !

ସମ୍ବଲପୁର(ଭତରା):ଦେଶର ଗୋଟିଏ ମାତ୍ର ଐତିହାସିକ ଗାନ୍ଧିଜୀଙ୍କ ପବିତ୍ର ମନ୍ଦିର ଓଡ଼ିଶାର ସମ୍ବଲପୁର ର ଭତରା ଠାରେ ଅବସ୍ଥିତ,।ଏହା ଓଡିଶା ପାଇଁ ଗର୍ବ ଗୌରବର କଥା।ଏହି ମନ୍ଦିର ପୂର୍ବତନ ରେଢ଼ାଖୋଲ ବିଧାୟକ ୰ଅଭିମନ୍ୟୁ କୁମାରଙ୍କ ନେତୃତ୍ୱରେ ସ୍ଥାନୀୟ ଭତରା ଠାରେ ଜନସାଧାରଣଙ୍କ ସହଯୋଗ ରେ ୨୩ ମାର୍ଚ୍ଚ ୧୯୭୧ ରୁ କାମ ଆରମ୍ଭ ହୋଇ, ୧୧ ଏପ୍ରିଲ ୧୯୭୪ ମସିହାରେ ତତକାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ୰ନନ୍ଦିନୀ ଶତପଥଙ୍କ କରକମଳରେ ଉଦଘାଟନ ହୋଇଥିଲା।ଦୁଃଖରକଥା ଯେ,କେବଳ ଅକ୍ଟୋବର ୦୨ରେ ହିଁ ଏହି ମନ୍ଦିର ଗାନ୍ଧିଜୀଙ୍କ କଥା ବିଭିନ୍ନ ଦଳର ନେତା ମନ୍ତ୍ରୀଙ୍କୁ ମନେପଡେ ! ଆସି ଗୋଟେ ପୁଷ୍ପମାଲ୍ୟ ଗାନ୍ଧୀଜୀଙ୍କୁ ପକେଇ ଦୁଇପଦ ଭାଷଣ ମାରିଦେଲେ କାମ ସାରିଯାଏ।ତାପରେ ଆଉ କେବେ କାହାର ଦେଖା ମିଳେନି।ରକ୍ଷଣା ବେକ୍ଷଣ ତେଣିକି ମନ୍ଦିର ପରିଚାଳନା ପାଇଁ ରହିଛି ବିଭିନ୍ନ ସମସ୍ୟା ।ସରକାର ହେଉ ଅବା ଜିଲ୍ଲାପ୍ରଶାସନ ଅବା ମହାନଗର ନିଗମ କେହିବି ଜଣେ ଚାହିଁଲେ ହସି ଉଠିବ ଏ ମନ୍ଦିର ଓ ଦେଶ ଜାତିପାଇଁ ରହିବ ଗୌରବ। କିନ୍ତୁ ଏଦିଗ ପ୍ରତି କାହାର ନିଘା ନାହିଁ। ମନ୍ଦିର ମସଜିଦ ଗିର୍ଜା ରୂପାନ୍ତରଣ ନାମରେ ବାହାସ୍ଫୋଟ ମାରୁଛି ସହକାର। ମାତ୍ର ଗାନ୍ଧି ମନ୍ଦିର କଥା ସରକାରଙ୍କ ନଜର ବାହାରେ। ସାଂସଦ ବିଧାୟକ ପାଣ୍ଠିବି ପଡେନି ଏ ମନ୍ଦିର ପାଇଁ।ଏହି ମନ୍ଦିର ଆଗାମୀ ପିଡ଼ି ପାଇଁ ଇତିହାସ ସୃଷ୍ଟି ହେବ ଓ ଧିରେ ଧିରେ ଏହା ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତାକୁ ଅପେକ୍ଷା କରିଛି। ତେଣୁ ଗାନ୍ଧି ମନ୍ଧିରର ବିକାଶ ସହିତ ଏହାର ପାରିପାର୍ଶ୍ବକ ଓ ସୁଗମ ଗମନା ଗମନ ପଥ ନିର୍ମାଣ କରିବା ଦିଗରେ ଗୁରୁତ୍ୱ ଆରୋପ କରାଯାଉଛି। ଆଜି ଦୁଲାଲ ରାୟ ଓ ସତ୍ୟେନ୍ଦ୍ର ଦାଶବି ଏ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟର ପ୍ରମୂଖ ଗାନ୍ଧି ପୀଠ ତଥା ଐତିହାସିକ ଗାନ୍ଧି ମନ୍ଦିର ୫ଟି ଉପକ୍ରମରେ କେବେ ରୂପାନ୍ତର ହେଉଛି ତାହାକୁହିଁ ଅପେକ୍ଷା କରିବାର ବେଳ ଆସିଛି ବୋଲି ସାଧାରଣରେ ଚର୍ଚା ଯୋର ଧରିଛି।