Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପବିତ୍ର ଗାନ୍ଧୀ ଜୟନ୍ତୀରେ ଦଳିତ ବର୍ଗରୁ ବିଶେଷ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି

ସମ୍ବଲପୁର:ଆଜି ସାରାଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଜୀ ଙ୍କର ଜୟନ୍ତୀ ମହାସମାରୋହରେ ପାଳନ କରାଯାଉଥିବା ବେଳେ, ସମ୍ବଲପୁର ବିଜେପି ପକ୍ଷରୁ କମିଶନର୍ସ କଲୋନୀ ଗାନ୍ଧୀ ଶିଶୁ ଉଦ୍ୟାନ ଠାରେ ମହାତ୍ମା ଗାନ୍ଧୀଜୀଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲେ l ବିଶେଷ ଭାବରେ ଆଜିର କାର୍ଯ୍ୟକ୍ରମ ରେ ଅନେକ ଦଳିତ ବର୍ଗ ର କାର୍ଯ୍ୟକର୍ତ୍ତା ତଥା ଅନେକ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l
ପରେ ପରେ ଗାନ୍ଧୀ ଶିଶୁ ଉଦ୍ୟାନ ଠାରେ ଭାରତୀୟ ଜନତା ପାର୍ଟି ର ପୂର୍ବତନ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ର ସଭାପତି ରତ୍ନ ସୁନା ଙ୍କର ଅଧ୍ୟକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଜେପି ର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ ବକ୍ତା ଭାବରେ ଉପସ୍ଥିତ ରହି ଦେଶ ପ୍ରତି ଏହି ମହାନ ବିଭୁତି ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କର ଅବଦାନ ତଥା ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ଆଲୋକପାତ କରିଥିଲେ l ଏଥି ସହ ଗାନ୍ଧିଜୀ ଙ୍କର ଦେଶର ଦଳିତ ଓ ହରିଜନ ବର୍ଗ ଙ୍କର ପ୍ରତି ରହିଥିବା ଗୁରୁତ୍ୱ ବିଷୟ ଆଲୋଚନା କରିବା ସହ 1933 ମସିହା ରେ ତାଙ୍କରି ନେତୃତ୍ୱ ରେ ଆୟୋଜିତ 20,000 କିଲୋମିଟର ର ମହାନ ହରିଜନ ଯାତ୍ରା ବିଷୟରେ ସୂଚନା ପ୍ରଦାନ କରିଥିଲେ l
ଏହି ଅବସରରେ ବିଭିନ୍ନ ଦଳିତ ବର୍ଗ ର ପାଞ୍ଚ ଜଣ ବିଶେଷ ବ୍ୟକ୍ତିଙ୍କୁ ସମାଜ ପ୍ରତି ତାଙ୍କର ଉତସ୍ବର୍ଗୀକୃତ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l ସେମାନେ ହେଲେ ରାଜଘାଟ ରେ କାର୍ଯ୍ୟରତ କୋବିଡ ଯୋଦ୍ଧା ବିକି ଗଣ୍ଡ, ସମ୍ବଲପୁର ମହାନଗର ନିଗମ ଅଂଚଳରେ ନିଷ୍ଠା ର ସହ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମଥାମଣି ମହାକୁର ଓ ବେଡା ସେନ୍ଦରିୟା, ଦୂଲଦୁଲି ବଜାକୁ ଜୀବନ ଭାବରେ ଗ୍ରହଣ କରି ଅନେକ ଯୁବସମାଜ ଙ୍କୁ ରୋଜଗାର ଦେଇପାରିଥିବା ଜୀବନ ସାଗର ଓ ସମାଜ ର ସମସ୍ୟା ପାଇଁ ବିଭିନ୍ନ ସମୟରେ ଲଢେଇ ଜାରି ରଖିଥିବା ଆନନ୍ଦ ସୁନା l
କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଜେପି ର ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ପାଣିଗ୍ରାହୀ l ଏହି ବିଶେଷ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସବିତା ନନ୍ଦ, ଡାକ୍ତର ପ୍ରଭାସ ଦେବତା, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଅଗ୍ରୱାଲ, ପୂର୍ବତନ ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ବଦ ଅନୁୱର ଅଲ୍ଲୀ, ପୂର୍ବତନ ଜିଲ୍ଲା ପଛୁଆବର୍ଗ ର ସଭାପତି ସରୋଜ ସାହୁ, ଜିଲ୍ଲା ବିଜେପି ସମ୍ପାଦିକା ରୁନୁ ପ୍ରଧାନ, ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଦେଓକିରଣ ପଟ୍ଟନାୟକ, ମୁକେଶ ଜରିୱାଲ, ଲକ୍ଷ୍ମୀନାରାୟଣ ସାହୁ, ଅଶୋକ ମେହେର, ବିକାଶ ପଟ୍ଟନାୟକ, କିଶୋର ନାଏକ, ସୁବାଷ ସାହୁ, ଯୋଗେଶ ନନ୍ଦ ତଥା ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ l