Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ଵର୍ଗତଃ ଘନଶ୍ୟାମ ଙ୍କ ପରିବାର କୁ ଜୁନିଅର ରେଡକ୍ରସ ତରଫରୁ ସହାୟତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଗଡତିଆ ଓ ଶ୍ରୀମତୀ ମଞ୍ଜୁଲତା ଭୋଇ ଙ୍କ ମାର୍ଗଦର୍ଶନ ଏବଂ ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଓ ଵି ସି ସି ପ୍ରହଲ୍ଲାଦ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ସ୍ବର୍ଗତ ଘନଶ୍ୟାମ ମହାପାତ୍ର ଙ୍କ ପରିବାର କୁ ଜୁନିଅର ରେଡ଼କ୍ରସ ୟୁନିଟ ଉଲୁଣ୍ଡା ବ୍ଲକ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ଆର୍ଥିକ ସାହାଯ୍ୟ ସହ ଶିକ୍ଷା ଉପକରଣ ଯୋଗେଇ ଦିଆ ଯାଇଛି l ସୂଚନା ଥାଉ କି ଗତ ତା.19.09.2023 ଗଣେଶ ପୂଜା ଦିନ ଅପରାହ୍ନ ରେ ଉଲୁଣ୍ଡା ବ୍ଲକ ଗଣ୍ଡପାଲି ନିବାସୀ ଘନଶ୍ୟାମ ମହାପାତ୍ର ନିଜର ଦ୍ଵିତୀୟ ପୁତ୍ର କୁ ସାଥିରେ ନେଇ ନୁଆଁ ଖାଇବା ପାଇଁ ସଉଦା ପତ୍ର ନେଇ ବାଇକ ରେ ଯାଉଥିଲେ , କୈରାଝୁଲି ଛକ ରେ ବିପରୀତ ଦିଗ ରୁ ଖୁବ ଦ୍ରୁତଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳ ରେ ହିଁ ଘନଶ୍ୟାମ ଙ୍କ ମୃତ୍ୟୁ ହୋଇଥିଲା l ଘନଶ୍ୟାମ ଙ୍କ ଚାରିଗୋଟି ସନ୍ତାନ ମଧ୍ୟରୁ ପ୍ରଥମ ସନ୍ତାନ ଯୁକ୍ତ ତିନି ପ୍ରଥମ ବର୍ଷ ଏବଂ ଦ୍ଵିତୀୟ ସନ୍ତାନ ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ର ହୋଇଥିବା ବେଳେ ତୃତୀୟ ସନ୍ତାନ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ର ଜଣେ ଛାତ୍ର ଅଟେ ଯିଏ କି ଉକ୍ତ ଅନୁଷ୍ଠାନ ର ଜୁନିଅର ରେଡ଼କ୍ରସ ୟୁନିଟ ର ଜଣେ ସଦସ୍ୟ (ଜୁନିଅର ) ମଧ୍ୟ l ଏ ଘଟଣା ଜଣା ପଡିବା ପରେ ସଂଗେ ସଂଗେ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବରିଷ୍ଠ ମାର୍ଗଦର୍ଶକ ହୃଷିକେଶ ଚାନ୍ଦ ଙ୍କ ନେତୃତ୍ୱ ରେ ଜୁନିଅର ମାନଙ୍କୁ ନେଇ ଏକ ସଭା ର ଆୟୋଜନ କରାଯାଇ ବାପ ଛେଉଣ୍ଡ ଆଶୁତୋଷ ର ପରିବାର କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଗଲା l ଜେ, ଆର, ସି. ଓ. ଆର୍ଥିକ ସହାୟତା ଯୋଗେଇବା ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଜୁନିଅରସ ମାନେ ଆର୍ଥିକ ସହାୟତା ସହ ଖାତା , ଡଟପେନ ସମେତ ଅନେକ ଶିକ୍ଷଣ ଉପକରଣ ଯୋଗେଇ ଦେଇଥିଲେ l ଭବିଷ୍ୟତ ରେ ଜୁନିଅର ଆଶୁତୋଷ କୁ ପାଠ ପଢ଼ା କ୍ଷେତ୍ରରେ ସହାୟତା ଯୋଗେଇଦେବାର ପ୍ରତିଶୃତି ମଧ୍ୟ ଦିଆ ଯାଇଥିଲା l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା କୁଅଁର , ସହକାରୀ ଶିକ୍ଷକ ବାମଦେବ ମେହେର , ଭରତ ହରିପାଲ , ନରେନ୍ଦ୍ର ନାଗ , ଦିଲ୍ଲୀପ ପଣ୍ଡା , ଶିବରାମ ଚାନ୍ଦ ଓ କ୍ରୀଡା ଶିକ୍ଷକ ସତ୍ୟ ନାରାୟଣ ମେହେର ପ୍ରମୁଖ ସହାୟତା ଯୋଗେଇ ଦେଇଥିଲେ l