Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାରେ ନିଜ ଦମରେ ଲଢିବ ବିଜେପି, କେନ୍ଦ୍ରୀୟ ଯୋଜନା ଦୁର୍ନୀତିର ତଦନ୍ତ ହେବ: ଅନୁରାଗ ଠାକୁର

ଭୁବନେଶ୍ୱର: ଓଡ଼ିଶାରେ ନିଜ ଦମରେ ଲଢିବ ବିଜେପି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲେକପ୍ରିୟତା ବଢିବାରେ ଲାଗିଛି। ମୋଦୀଙ୍କ ଲୋକପ୍ରିୟତା  78 ପ୍ରତିଶତ ବଢିଛି। ପ୍ରଧାନମନ୍ତ୍ରୀ ମୋଦୀ ଯାହା କୁହନ୍ତି ତାହା କରି ଦେଖାନ୍ତି। ମୋଦୀ ସରକାର କୌଣସି ଭେଦଭାବ ରଖନ୍ତି ନାହିଁ। ସବକା ସାଥ ସବକା ବିକାଶ ହେଉଛି ମୋଦୀ ସରକାରଙ୍କ ମୂଳ ମନ୍ତ୍ର ବୋଲି ଦିନିକିଆ  ଭୁବନେଶ୍ଵର ଗସ୍ତରେ ଅାସିଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହା କହିଛନ୍ତି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁରାଗ ଠାକୁର କହିଛନ୍ତି, ଓଡ଼ିଶାକୁ ୟୁପିଏ ଅପେକ୍ଷା ଏନଡିଏ ଅମଳରେ ଅଧିକ ଅନୁଦାନ ମିଳିଛି। ତେଣୁ କେନ୍ଦ୍ରୀୟ ଅନୁରାଗର ସଠିକ୍ ବିନିଯୋଗ ଉପରେ ଗୁରୁତ୍ଵ ଦେବା ଦରକାର। ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଦୁର୍ନୀତିର ତଦନ୍ତ ହେବ। ଏହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ନୋଟିସ୍ ମଧ୍ୟ ଦିଆଯାଇଛି। ଉତ୍ତର ନ ମିଳିଲେ ପୁଣି ଥରେ ନୋଟିସ୍ ହେବ। ପଶ୍ଚିମବଙ୍ଗରେ ଅାବାସ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ଉଲ୍ଲେଖନୀୟ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ। ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦଳ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଦଳୀୟ କାର୍ଯ୍ୟକ୍ରମ ସହ ଦୁଇ ପ୍ରତିଷ୍ଠିତ ଖବରକାଗଜ ‘ସମ୍ବାଦ’ ଓ ‘ପ୍ରଜାତନ୍ତ୍ର’ର ବାର୍ଷିକ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଉଭୟେ ‘ସମ୍ବାଦ’ର ୪୦ ତମ ବାର୍ଷିକ ଉତ୍ସବ ଓ ‘ପ୍ରଜାତନ୍ତ୍ର’ ପ୍ରକ‌ାଶନର ଶହେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବେ। ତେବେ ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ଅନୁରାଗ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ