ଯୁବରାଜପୁର ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତ ଅନ୍ତର୍ଗତ ଯୁବରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ସ୍ବେଚ୍ଛାକୃତ ରକ୍ତଦାନ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସିୟା ପରିବାର ଖଣ୍ଡହତl ଓ ସିତାରାମ ଯୁବକ ସଂଘ ଯୁବରାଜପୁର , ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯୁବରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜବିହାରୀ ପଧାନ , ସମ୍ମାନିତ ଅତିଥି ଭାବରେ ଶିକ୍ଷକ ଶରତ ପଧାନ , ସାମାଜିକ କର୍ମୀ ନାରାୟଣ ପ୍ରସାଦ ପଧାନ , ଆଶା କର୍ମୀ ଗିରିଜା ପଧାନ , ଅଙ୍ଗନୱାଡି କର୍ମୀ ପ୍ରଦୀପ୍ତୀ ଦେହେରୀ , ୱାର୍ଡ଼ ସଭ୍ୟ ପଦ୍ମନାଭ ପଧାନ , ଡଃ ବିଶ୍ୱନାଥ ରଥ , ସିୟା କାର୍ଯ୍ୟକାରୀ ସଭାପତି ଶୁସାନ୍ତ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ମୋଟ ୨୨ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ୨୫ ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସୋନପୁର ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ବିଶ୍ୱନାଥ ରଥ , ଟିଟୁ ଭୋଇ , ଜଗତ ଦର୍ଉଆନ , ଯୁଧିଷ୍ଠିର ନାଏକ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ ତରଫରୁ ସରୋଜ ସିଂ, ଲିପିକା ବେହେରା , ପୂର୍ଣ୍ଣିମା ସାହୁ ଯୋଗ ଦେଇ ରକ୍ତ ସଂଗ୍ରହ ଓ ଚକ୍ଷୁ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମ କୁ ସିୟା ସମ୍ପାଦକ ସୁଦାମ ଗାଇଗରିଆ ସଦସ୍ୟ ଦିଲିପ ପଧାନ , ଦୁର୍ଯୋଧନ ମେହେର , ସତ୍ୟ ରଞ୍ଜନ ମେହେର , ଗୋବିନ୍ଦ ପଧାନ , ପ୍ରଶାନ୍ତ ମାଝି , ପଦ୍ମନାଭ ପଧାନ , ସୁମନ ବେଲଘରିଆ , ବାପି ମିଶ୍ର , ପ୍ରମୋଦ ପଣ୍ଡା , ବାସୁଦେବ ବେହେରା ଏବଂ ସିତାରାମ ଯୁବକ ସଂଘ ତରଫରୁ ଦିଗାମ୍ବର ପଧାନ , କୈଳାସ ପଧାନ , ଠାକୁର ବେହେରା , ଗୋପବନ୍ଧୁ ଧଳ , କୃଷ୍ଣଚନ୍ଦ୍ର ଧଳ , ସୈମିତ୍ରି ପଧାନ , ଆକାଶ ମେହେର , ସଞ୍ଜୟ ପଧାନ , ଜଗନ୍ନାଥ ଧଳ , ବାସୁଦେବ ଧଳ ପ୍ରମୁଖ ସହଯୋଗ କରିଥିଲେ ।