Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସର୍ପାଘାତ ରେ ଯୁବକଙ୍କ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣବାୟୁ ଉଡିଲା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର ତେଲିପାଲି ଗ୍ରାମରେ ସର୍ପାଘାତ ରେ ଜଣେ ଯୁବ ଚାଷୀ ଙ୍କ ଗତକାଲି ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ତେଲିପାଲି ଗ୍ରାମର ଅଶୋକ ସହୁ(୩୨) ବୋଲି ଜଣା ପଡିଛି । ସୁଚନମତେ ଗତ ଶୁକ୍ରବାର ଦିନ ଅପରାହ୍ନ ରେ ନିଜ ଚାଷ ଜମିରେ ଚାଷ କରୁଥିବା ବେଳେ ଏକ ବିଷଧର ସାପ କାମୁଡି ଦେଇଥିଲା । ଯୁବକଙ୍କୁ ସୋନପୁର ଜିଲ୍ଲା ଡାକ୍ତରଖାନା କୁ ନିଆ ଯାଇ ଚିକିତ୍ସା କରାଯାଇଥିଲା। ସେଠାରେ ଦୁଇ ଦିନ ରହି ଚିକିତ୍ସା ହୋଇ ଠିକ୍ ଠାକ୍ ଥିଲେ । ତେବେ ଶନିବାର ରାତିରେ ତାଙ୍କର ସ୍ବାସ୍ଥ୍ୟ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ବୁର୍ଲ୍ଲା ବଡ ମେଡିକାଲ କୁ ନିଆ ଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେଠାରେ ସୋମବାର ଦିନ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗ୍ରାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ମୃତ ଯୁବ ଚାଷୀ ଜଣକ ବିଭାହିତ ହୋଇଥିବା ବେଳେ ତାଙ୍କର ଜଣେ ୫ ବର୍ଷୀୟା ପୁଅ ଓ ଏକ ବର୍ଷର ଝିଅ ଅଛନ୍ତି । ମୃତକ ଜଣକ ପରିବାରର ଏକ ମାତ୍ର ରୋଜଗାରକ୍ଷମ ଥିବା ବେଳେ ଯୁବକଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରନ୍ତି ।