ସଦଭାବନା ସମିତି ତରଫରୁ ଏକ ପଥେ ଆମେ ଅନେକ ପଥିକ କାର୍ଯ୍ୟକ୍ରମ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଅନ୍ନପୂର୍ଣ୍ଣା ରେସିଡେନସି ସଭାଗୃହ ଠାରେ ସଦ୍ ଭାବନା ସମିତି ତରଫରୁ ଏକ ପଥେ ଆମେ ଅନେକ ପଥିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ବ୍ଳକ ସଦର ସଦଭାବନା କମିଟିର ସଭାପତି ଯୁଧିଷ୍ଠିର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଂଯୋଜକ ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତି ଓ ସମାଜ ଭିତରେ ଥିବା ଭେଦ ଦୂର କରି ଏକ ପଥେ ଆମେ ଅନେକ ପଥିକ ବୋଲି ମତବ୍ୟକ୍ତ କରିଥିଲେ ‌। ଜିଲ୍ଲା ସମିତିର ସଦସ୍ୟ ଜନାର୍ଦ୍ଦନ ନାଏକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଭିନ୍ନ ଲୋକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ତିନୋଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ‌ପ୍ରଥମ ଦଫାରେ ସଦର ଭାବନା ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ଜନାର୍ଦ୍ଦନ ନାଏକ I ଦ୍ବିତୀୟରେ ଶିବିର ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଅଞ୍ଚଳର ବିଭିନ୍ନ ସମାଜର ଶତାଧିକ ବ୍ୟକ୍ତି ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ ମହେନ୍ଦ୍ର ମହାଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।