ଉଲୁଣ୍ଡା ରେ ମିଲେଟ୍ସ ମିଶନ ଦ୍ଵାରା ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗୀତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମିଶନ ଶକ୍ତି ଭବନ ଠାରେ ଆଜି ମିଲେଟ୍ସ ମିଶନ ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବର୍ଣ୍ଣପୁର ଙ୍କ ତତ୍ଵାବଧାନରେ ମିଲେଟ୍ସ ଦ୍ଵାରା ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ମିଶନ ଶକ୍ତିର ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ କମ୍ୟୁନିଟି ସପୋର୍ଟ ଷ୍ଟାଫ ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ୍ୟା ଶାନ୍ତିଲତା ମିଶ୍ର ଏବଂ ସମ୍ମାନ୍ନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିଶ୍ମା ବେଶ୍ରା , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମନୋରମା ମିଶ୍ର , ମିଶନ ଶକ୍ତି ର ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ସଞ୍ଜିବ କୁମାର ସରଙ୍ଗୀ , ବ୍ଲକ ପ୍ରୋଗ୍ରାମ ମ୍ୟାନେଜର କେଶବ ମାଝି , ଏମ॰ ଡି॰ ସୁବର୍ନାଶ୍ରୀ ସବିତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ପ୍ରତିଯୋଗୀ ମାନେ ମିଲେଟ୍ସ ଉପରେ ବିଭିନ୍ନ ପ୍ରକାରର ଖାଦ୍ୟ ଯଥା – କେକ , ଖିରୀ , ଆରିଷା ପିଠା , କାକରା ପିଠା , ମଣ୍ଡା , ନମକିନ , ଉପମା , ଲଡୁ, ପକୁଡି , ମଣ୍ଡିଆ ଶୂପ ଓ ଚା ଇତ୍ୟାଦି ପ୍ରସ୍ତୁତି କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଲେଟ୍ସ ମିଶନ , ସୁବର୍ଣପୁର ଶ୍ରୀଯୁକ୍ତ ଭବାନୀ ଶଙ୍କର ମେହେର ପରିଚାଳନା କରିଥିଲେ ଓ କାର୍ଯକ୍ରମ ର ଲକ୍ଷ୍ୟ ଏବଂ ଉଦ୍ଦ୍ୟେଶ୍ୟ ଜ୍ଞାପନ କରିଥିଲେ l କେଶବ ମାଝି ସ୍ଵାଗତ ଭାଷଣ ଦେଇଥିଲେ। ବ୍ଲକ ଅଧ୍ୟକ୍ଷ୍ୟା ଶାନ୍ତିଲତା ମିଶ୍ର ମିଲେଟ୍ସ ର ଉପକାରିତା ତଥା ଏହାର ବ୍ୟବହାର ଉପରେ ବିଶେଷ ଆଲୋକପାତ କରିଥିଲେ l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହାର ବ୍ୟବସାୟୀ କରଣ ତଥା ଆଦିବାସୀ ମାନଙ୍କ ସଂସ୍କୃତି ସହିତ କିପରି ଜଡିତ ସେ ଉପରେ ନିଜର ମତ ରଖିଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଯୋଜନାର ପ୍ରଚାର , ପ୍ରସାର କରିବା ସହିତ କିଶୋରୀ ବାଳିକା , ଗର୍ଭବତୀ ଓ ପ୍ରସ୍ତୁତି ମା , ଶିଶୂ ତଥା ସମସ୍ତ ବର୍ଗର ଲୋକ ମାନଙ୍କ ପାଇଁ ମିଲେଟ୍ସ ଖାଦ୍ୟର ଗୁରୁତ୍ଵାରୋପ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶ୍ରୀମାନ ରଜତ ଗଇଗୌରିଆ , ଏକାଉଣ୍ଟଟେଣ୍ଟ , ଆକାଶ ମେହେର , ସୁଜିତ ସାହୁ , ଜୟବ୍ରତ କର୍ଣ ଓ ସମସ୍ତ ସିଆରପି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଉକ୍ତ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ପଦ୍ମିନୀ ଷ।ଣ୍ଢ , ଦ୍ଵିତୀୟ ରେ ନମିତା ପଟେଲ ଓ ତୃତୀୟ ରେ ରାଜଶ୍ରୀ ଗାଇଗଉରିଆ ସମ୍ମାନିତ ହୋଇଥିଲେ । ଶେଷରେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ସାମ୍ନାନିତ କରାଯାଇଥିଲା l ଶେଷରେ ସଞ୍ଜିବ କୁମାର ସରଙ୍ଗୀ ଉପସ୍ଥିତ ଅତିଥି ମାନଙ୍କୁ ଏବଂ ସମସ୍ତ ପ୍ରତିଯୋଗୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l