ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଓ ରାଜ୍ୟ ସଂଗଠନ ସମ୍ପାଦକ ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ସମ୍ବଲପୁର ବିଜେପି ନେତୃବର୍ଗ

ଭୁବନେଶ୍ୱର:ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ନବ ମନୋନୀତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଙ୍କ ସହ ସମ୍ବଲପୁର ର ବିଜେପି ନେତୃବର୍ଗ ତଥା ବିଜେପି ଯୁବମୋର୍ଚ୍ଚା ର ପୂର୍ବତନ ଜିଲ୍ଲା ସଭାପତି ସୂର୍ଯ୍ୟ ପାଣିଗ୍ରାହୀ, ଡାକ୍ତର ପ୍ରଭାସ ଦେବତା, ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଦେଓକିରଣ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ପାଣିଗ୍ରାହୀ ଓ ପୂର୍ବତନ ଜିଲ୍ଲା ପଛୁଆ ବର୍ଗ ର ସଭାପତି ସରୋଜ ସାହୁ ପ୍ରମୁଖ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି l ଏହି ନେତୃବର୍ଗ ଜିଲ୍ଲା ରେ ଚାଲିଥିବା ରାଜନୈତିକ ସ୍ଥିତି ତଥା ଆଗାମୀ ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ସମ୍ପର୍କ ରେ ମଧ୍ୟ ଆଲୋଚନା କରିଥିଲେ l
ଦୀର୍ଘ ୧୦ ବର୍ଷ ହେଲା ସମ୍ବଲପୁର ମହାନଗର ନିଗମ ଘୋଷଣା କରାହେଲା ପରେ ଆଜିଯାଏ ନିର୍ବାଚନ ହେଉନାହିଁ, ଯଦ୍ୱାରା ନିର୍ବାଚିତ ପ୍ରତିନିଧି ବି ନାହାନ୍ତି,ସେଥିପାଇଁ ପୌରାଞ୍ଚଳ ର ଅଧିବାସୀ ନାହିଁନଥିବା ସମସ୍ୟା ର ସମ୍ବୁଖିନ ହେଉଥିବା ବିଷୟରେ ମଧ୍ୟ ନେତୃବର୍ଗ ଆଲୋଚନା କରିଥିଲେ l