Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜନବିରୋଧୀ: ଜୟନାରାୟଣ ମିଶ୍ର

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜନବିରୋଧୀ। ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଗଣତନ୍ତ୍ରରେ ଶାସକ ଦଳ ରହିବେ ଏବଂ ବିରୋଧୀ ଦଳ ରି ରହିବେ। ସରକାରଙ୍କ ଦୋଷ ତ୍ରୁଟି ଧରିଲେ ତାକୁ ଜନବିରୋଧୀ କୁହାଯାଏ ନାହିଁ ବୋଲି ସମ୍ବଲପୁର ବିଧାୟକ କହିଛନ୍ତି। ସେ କହିଛନ୍ତି, ଆମେ ଜନବିରୋଧୀ ହୋଇଥିଲେ ଲୋକ ଆମକୁ କେମିତି ଜିତାଇଥାନ୍ତେ। ବିରୋଧୀ ଦଳ ଜନ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଏ ଉକ୍ତି ସମ୍ବିଧାନ ବିରୋଧୀ, ସେ ନିଜେ ଜନବିରୋଧୀ।

ସୂଚନାଯୋଗ୍ୟ, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଜନସଂପର୍କ ପଦଯାତ୍ରାରେ ବିରୋଧୀଙ୍କୁ ଟାର୍ଗେଟ୍ କରିଥିଲେ ନବୀନ ପଟ୍ଟନାୟକ। ସେ କହିଥିଲେ, ବିରୋଧୀମାନେ ବିକାଶ ବିରୋଧୀ ଓ ଜନବିରୋଧୀ ଅଟନ୍ତି। ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି। ଲୋକଙ୍କୁ ଭୁଲ୍ ଖବର ଦେବା, ଭ୍ରମିତ କରିବା ସେମାନଙ୍କର କାମ ହୋଇଛି। ନିର୍ବାଚନ ଆସିଲେ ସେମାନେ ଏମିତି କାମ କରନ୍ତି। ସେଥିପାଇଁ ସେମାନଙ୍କୁ ଜନତା ସବୁ ବେଳେ ପ୍ରତ୍ୟାଖ୍ୟାନ କରି ଆସିଛନ୍ତି। ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର କାର୍ଯ୍ୟରେ ବି ବାଧା ଦେବାକୁ ଚେଷ୍ଟା କରିଥିଲେ। ଲୋକେ ତାଙ୍କୁ କ୍ଷମା ଦେବେନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ବୁଧବାର ଏହାର ପାଲଟା ଜବାବ ଦେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଉପରୋକ୍ତ ବୟାନ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ