Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର ମୋହନା ବ୍ଲକ ଅଞ୍ଚଳରେ ରାଜ୍ୟ କଂଗ୍ରେସ ପକ୍ଷରୁ “ଘରେ ଘରେ କଂଗ୍ରେସ ଘରେ ଘରେ ହାତ”ରାଲିରେ ପି ସି ସି ସଭାପତି ପୂର୍ବତନ ସାଂସଦ ଶରତ ପଟ୍ଟନାୟକ

ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କମଳା ପୁର ଛକ ଠାରୁ ମୋହନା ବ୍ଲକର ଶେଷ ସୀମା ରାଇପଙ୍କା ପର୍ଯ୍ୟନ୍ତ ଏକ ବିରାଟ ମଟର ସାଇକେଲ ରାଲୀରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ସାଂସଦ ଶରତ ପଟ୍ଟନାୟକ” ଘରେ ଘରେ କଂଗ୍ରେସ ଘରେ ଘରେ ହାତ”ପ୍ରଚାର କରି ଦଳର ପ୍ରଚାର ପତ୍ର ବଣ୍ଟନ କରିଛନ୍ତି। ଏହି ପ୍ରଚାର ରାଲୀ ରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମଧ୍ୟ ଉପସ୍ଥିତ ରହି କଂଗ୍ରେସର ପ୍ରଚାର ସହ ପ୍ରଚାର ପତ୍ର ବଣ୍ଟନ କରିଥିଲେ। ଏହି ରାଲିରେ ଶହ ଶହ ମଟର ସାଇକେଲ ସହ ଦଳୀୟ କର୍ମୀ ଓ ନେତାଙ୍କୁ ଦେଖିବାକୁ ମିଳିଥିଲା। ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ବଜାର ମଧ୍ୟରେ ସାମ୍ବାଦିକ ମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ନ ‘ ଜଣ ବିଧାୟକ ନବେ ଜଣ ବିଧାୟକ ବିଜୟୀ ହୋଇ ସରକାର ଗଢ଼ିବୁ ବୋଲି ପ୍ରକାଶ କରିଥିଲେ। ରାଜ୍ୟ ବିଜେଡି ଓ ବିଜେପି ଦୁଇ ଭାଇ ରାଜ୍ୟର ଉନ୍ନତି ବଦଳରେ ଦିନକୁ ଦିନ ଖରାପ ଆଡ଼କୁ ରାଜ୍ୟ ଗତି କରୁଛି ବୋଲି ପ୍ରକାଶ କରିଥିଲେ। ରାଜ୍ୟ ଚବିଶି ବର୍ଷ ଶାସନରେ ରାଜ୍ୟରେ ବେକାରୀ ବୃଦ୍ଧି ପାଇଛି ବୋଲି କହିବା ସହ ବିଜେଡି, ବିଜେପି ର ପ୍ରତିଶ୍ରୁତି ଓ ପ୍ରତାରଣା କୃଷି ଓ କୃଷକର ସମସ୍ୟା ବୃଦ୍ଧି ପାଇଛି ବୋଲି କହିବା ସହ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସମସ୍ୟା, ବସ୍ତି ବାସିନ୍ଦା ଓ ଗରିବ ବାସହୀନ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି ବୋଲି ପ୍ରକାଶ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ବ୍ରହ୍ମପୁର, ଦିଗପହଣ୍ଡି, ତପ୍ତପାଣି, ମୋହନା, ଅଡବା, ଗୁମୁଡ଼ା, ମୁକୁନ୍ଦପୁର, ରାୟଗଡ଼ା, ଲକ୍ଷ୍ମୀପୁର, କାକିର୍ଗୁମ୍ମା, ଜୟପୁର ପର୍ଯ୍ୟନ୍ତ ଯିବା ସମୟରେ ରାସ୍ତା ଗୁଡ଼ିକରେ ଅଟକି ଲୋକଙ୍କ ନିକଟରେ ପହଁଚି ଦଳର ପ୍ରଚାର କରି ଆସନ୍ତା କାଲି ହେବାକୁ ଥିବା ମାଲକାନଗିରି ଠାରେ ବିରାଟ ଜନସଭାକୁ ସମ୍ବୋଧିତ କରିବେ ବୋଲି ଗସ୍ତ ସୁଚିରୁ ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ