Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରିରେ କୃଷକ ସଂହାର ଅକ୍ଟବର ୩କୁ ବର୍ଷ ପୁରୁ ଥିବାରୁ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ତରଫରୁ କଳା ଦିବସ ପାଳନ

ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଉତ୍ତରପ୍ରଦେଶ ର ଲକ୍ଷ୍ମୀପୁର ଖେରୀରେ ବିଜେପିର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ପ୍ରରୋଚନାରେ ସଂଗଠିତ କୃଷକ ସଂହାରର ୩ ଅକ୍ଟୋବର ରେ ଏକ ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିବା ଯୋଗୁ ମୋଦି ସରକାରଙ୍କ କୃଷକ ବିରୋଧୀ ନୀତି ବିରୁଦ୍ଧରେ ଏହି ଦିନକୁ”କଳା ଦିବସ” ରୂପେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପାଳନ କରିଛି ପାରଳାଖେମୁଣ୍ଡି ସ୍ଥିତ ନୂଆ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା ବାହାରି କଲେଜ ଛକରେ ପହଞ୍ଚିବା ପରେ ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା । ଏଥିରେ ଅଖିଳ ଭାରତ କିଶା‍ନ ମଜଦୂର ସଭା , ଓଡ଼ିଶା କୃଷକ ସଭା, ରୟତ କୁଲି ରୟତ ସଭା ପରି ଜିଲ୍ଲାର ସବୁ କୃଷକ ସଂଗଠନର କର୍ମୀ ଓ କୃଷକମାନେ ଅଂଶଗ୍ରହଣ କରିଥିଲେ । ଏହିକାର୍ଯ୍ୟକ୍ରମରେ ଅଖିଳ ଭାରତ କିଶା‍ନ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମୋଦି ସରକାରର କୃଷକ ବିରୋଧୀ ନୀତିର ଦୃଢ ସମାଲୋଚନା କରିଥିଲେ । ଦିଲ୍ଲୀର ଐତିହାସିକ କୃଷକ ଆନ୍ଦୋଳନ ଫଳରେ ଯଦିଓ ମୋଦି ସରକାର କୃଷକ ବିରୋଧୀ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ କିନ୍ତୁ କୃଷକ ସଂଗଠନମାନଙ୍କୁ ଦେଇଥିବା ଅନ୍ୟ ପ୍ରତିଶ୍ରୁତିକୁ ଏଯାଏଁ ପୂରଣ କରିନାହାନ୍ତି ବୋଲି କହିଥିଲେ । ଏପରିକି ସରକାର ଲକ୍ଷ୍ମୀପୁର ଖେରୀରେ ନିରୀହ କୃଷକଙ୍କୁ ଗାଡି ଚଢ଼େଇ ହତ୍ୟା କରିବା ଘଟଣାର ମାଷ୍ଟର ମାଇଣ୍ଡ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଏଯାଏଁ ଗିରଫ ନକରି ମନ୍ତ୍ରୀମଣ୍ଡଳରେ ଅବ୍ୟାହତ ରଖିବା ସରକାରଙ୍କ ସମ୍ଵେଦନ ହୀନତାକୁ ପ୍ରମାଣିତ କରୁଛି ବୋଲି କହିଥିଲେ । ଅତଏବ ମୋଦି ସରକାରର କୃଷକ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ନୀତି ବିରୁଦ୍ଧରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଏହି ଆନ୍ଦୋଳନ ଏକ ଚେତାବନୀ ବୋଲି ସେ କହିଥିଲେ । ସଭାରେ କୃଷକମାନଙ୍କ ସବୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ ପ୍ରଣୟନ କରିବା, କୃଷକଙ୍କ ସବୁ କୃଷିଋଣକୁ ଛାଡ଼ କରିବା, ଷାଠିଏ ବର୍ଷ ପରେ ସବୁ କୃଷକଙ୍କୁ ମାସିକ ସର୍ବନିମ୍ନ ପାଞ୍ଚ ହଜାର ଟଙ୍କା ପେନସନ୍ ଦେବା, ଆନ୍ଦୋଳନ ସମୟରେ ହୋଇଥିବା ସବୁ ମାମଲାକୁ ପ୍ରତ୍ୟାହାର କରିବା ଆଦି ଦାବୀ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ କୃଷକ ନେତା ତଥା ଓଡ଼ିଶା କୃଷକ ସଭାର ଜିଲ୍ଲା ସଭାପତି ଦଣ୍ଡପାଣି ରଇତ ସଭାପତିତ୍ବ କରିଥିଲା ବେଳେ ରକମ୍ ଲୋକନାଥମ୍, ଶ୍ରୀନିବାସ ବେହେରା, ସମ୍ଵୁରା ଶବର, ବାଣି ପ୍ରସାଦ ମାଳି,କାଡୁକା ଶବର, ହରିବନ୍ଧୁ କାର୍ଯୀ ପ୍ରମୁଖ ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ