Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀରେ ପଶ୍ଚିମ ଓଡିଶାର ୧୦ ହଜାର ଅଙ୍ଗନୱାଡି କର୍ମୀ

ସମ୍ବଲପୁର :ରାଜଧାନୀର ବିକ୍ଷୋଭ ସମାବେଶରେ ପଶ୍ଚିମ ଓଡିଶାର ୧୦ ହଜାରରୁ ଉର୍ଦ୍ଧ ଅଙ୍ଗନବାଡି କର୍ମୀ ଯୋଗଦେଇ ସରକାର ଆଗରେ ନିଜର ଦାବି ରଖିଛନ୍ତି।ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା, ଶ୍ରମ ସମିଳନୀରେ ନିଷ୍ପତ୍ତି ଅନୁସାରେ ୨୬ ହଜାର ଦରମା ଦେବା, ଭତ୍ତା ବୃଦ୍ଧି, ଶ୍ରମିକର ମାନ୍ୟତା ଦେବା, ମୃତ୍ୟୁ କାଳୀନ ସହାୟତା ୫ ଲକ୍ଷ୍ୟ ଦେବା, ପେନସନ୍ ଯୋଜନା କୁ ଲାଗୁ କରିବା, ମିନି ଙ୍କୁ ଅଙ୍ଗନବାଡି କର୍ମୀ, SNP ଦର ବୃଦ୍ଧି, ଶତକଡା ୧୦୦ ପଦୋନ୍ନତି ଦେବା, ଅତିରିକ୍ତ କାର୍ଯ୍ୟ ବନ୍ଦ ପ୍ରଭୁତି ଦାବି ରେ ୩ ତାରିଖରେ ଅଲ ଓଡିଶା ଅଙ୍ଗନବାଡି କର୍ମଚାରୀ ସଂଘ ସଂଯୁକ୍ତ ମୋର୍ଚା ନେତୃତ୍ବରେ ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ବିଶାଳ ବିକ୍ଷୋଭ ପ୍ରଦର୍ଶନ ରେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ସମସ୍ତ ଜିଲ୍ଲାରୁ ୧୦ ହଜାର ର ରୁ ଉର୍ଦ୍ଧ୍ବ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଉପସ୍ଥିତ ଥିଲେ l ବିକ୍ଷୋଭ ସମୟରେ କିଛି ସମୟ ପୋଲିସ୍ ସହିତ ବ୍ୟାପକ ଠେଲା ପେଲା ହୋଇଥିଲା l ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସଭାନେତ୍ରୀ ମୀରା ଦଳ ବେହେରା ,ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ, ଏନ୍ ଏଫ୍ ଆଇ ଟି ଇଉ ରାଜ୍ଯ ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାରଣା, ଶ୍ୟାମ ସୁନ୍ଦର ସାହୁ, ବୈଷ୍ଣବ ଚରଣ ପଟ୍ଟନାୟକ, ପ୍ରମିଳା ସିଂହ, ରୁକ୍ମିଣୀ ଜୁଆଡି,ସଂଘମିତ୍ରା ପଟ୍ଟନାୟକ, nitambini ଦାସ, ମଞ୍ଜୁଲତା ମାଝୀ, ଯାଜ୍ଞସେନୀ ପ୍ରଧାନ,ରଞ୍ଜିତା କେର କଟା, ରୁବୀ ଷଡଙ୍ଗୀ ସମେତ ୧୦ ହଜାରରୁ ଉର୍ଦ୍ଧ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ l ସରକାର ଖୁବ୍ ଶୀଘ୍ର ଦାବି ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିବା ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ ସୂଚନା ଦେଇଛନ୍ତି l