Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିରଜା ଭୂମି ଏକ୍ସପ୍ରେସର ୨ୟ ସ୍ୱନକ୍ଷେତ୍ର ଦିବସ

ଯାଜପୁର:ବିରଜା ଭୂମି ଏକ୍ସପ୍ରେସର ଦ୍ୱିତୀୟ ସ୍ୱଂନକ୍ଷତ୍ର ଦିବସ ପାଳିତ !ଏହି ଅବସରରେ ଆଜିର ଏହି କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା,ଧର୍ମଶଳା ବ୍ଲକ ଅନ୍ତର୍ଗତ ଜାରକା ଛକରେ ଥିବା ପ୍ରୟାଗ କଲ୍ୟାଣ ମଣ୍ଡପ ଠାରେ ବିରଜା ଭୂମି ସମ୍ବାଦ ପତ୍ରର ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲଙ୍କ ସଭା ପତିତ୍ୱରେ ଏବଂ ବିରଜା ଭୂମି ଏକ୍ସପ୍ରେସର କାର୍ଯ୍ୟନିର୍ବାହୀ ସମ୍ପାଦକ ସୁରେଶ ବିଶ୍ବାଳଙ୍କ ଆୟୋଜନରେ ଆୟୋଜିତ ହୋଇ ଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ବିଖ୍ୟାତ କବି,ଚିତ୍ରନାଟ୍ୟ ଓ ସଂଳାପ ଲେଖକ ଭାବରେ ଖ୍ୟାତି ଅର୍ଜନ କରିଥିବା ବରିଷ୍ଠ ସ୍ତମ୍ବକାର ବିଜୟ ଦାସ ଯୋଗ ଦେଇଥିଲା ବେଳେ,ଉଦ୍ଘାଟକ ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଗୋରେଖ ନାଥ ସାହୁ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ! ସେଇ ପରି ସମ୍ମାନିତ ଅତିଥି ଭାବରେ ବରିଷ୍ଠ କବୟତ୍ରୀ ତଥା ଗୀତିକାର ରିନାରାଣୀ ମହାନ୍ତି,ବରିଷ୍ଠ ସାମ୍ବାଦିକ ରମାକାନ୍ତ ଜେନା,ବରିଷ୍ଠ ସାମ୍ବାଦିକ ତଥା ଓଳାଶୁଣୀ ପତ୍ରିକାର ସମ୍ପାଦକ ଶୁଭେନ୍ଦୁ ଭୂୟାଁ,ବିଶିଷ୍ଠ ଗାୟିକା ଶୁଶ୍ରୀ କନକ ଲତା ସାମଲ, ଶ୍ରୀମତୀ ସବିତା ହୋତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ କାର୍ଯ୍ୟ କ୍ରମଟି କିପରି ଶରଶ ସୁନ୍ଦର ହେବ ସେଥିପାଇଁ ବହୁତ ଚେଷ୍ଟା କରିଥଲେ ,ଉଦିୟ ମାନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଅନୀଲ କୁମାର ଦାସ, ଯୋଗଦେଇ ଆଜିର ସମାଜରେ ସମ୍ବାଦ ସମାଜର ମାର୍ଗ ଦର୍ଶନ ଏବଂ ସମାଜରେ ନୀତି ଦିନ ଘଟଣାକୁ ହିଁ ପ୍ରଶାସନଙ୍କ ଦୃଷ୍ଟି କରିଥାନ୍ତି ବୋଲି ନିଜ ନିଜର ବକ୍ତବ୍ୟରେ କହିଥିଲେ !କାର୍ଯ୍ୟକ୍ରମ ପ୍ରାରମ୍ଭରୁ ବରିଷ୍ଠ କବୟତ୍ରୀ ଶ୍ରୀମତୀ ରୀନାରାଣୀ ମହାନ୍ତିଙ୍କ ସଂଯୋଜନାରେ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ ! ଏଥି ସହିତ ଏହି ମଞ୍ଚରେ ବିରଜା ଭୂମିର ପୂଜା ସଂଖ୍ୟାକୁ ଉନ୍ମୋଚନ କରା ଯାଇଥିବା ବେଳେ,ଏହି ମଞ୍ଚକୁ ବିରଜା ଭୂମି ଏକ୍ସପ୍ରେସ ପରିବାରର ସଦସ୍ୟା ଶୁଶ୍ରୀ ଆକାଂକ୍ଷା ବିଶ୍ୱାଳ, ଶୁଶ୍ରୀ କନକ ଲତା ସାମଲ ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ,ଏହିମଞ୍ଚରେ ସଂମ୍ବର୍ଦ୍ଧିତ ଅତିଥି ଭାବରେ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ସ୍ତମ୍ବକାର ବିଜୟ ଦାସ,ଶୁଭେନ୍ଦୁ ଭୂୟାଁ,ରିନାରାଣୀ ମହାନ୍ତି,କନକ ଲତା ସାମଲ,ସବିତା ହୋତା କବିତା ପାଠ କରିଥିଲେ, ବିଜୟା ଲକ୍ଷ୍ମୀ ହୋତା,ରାଧା ମୋହନ ପୂଜାହାରୀ,ପ୍ରଭୁଦତ୍ତ ପୂଜାରୀ, ବିଷ୍ଣୁ ଚରଣ ସାହୁ,ଧୀରେନ୍ଦ୍ର ମଲ୍ଲିକ,ତ୍ରିଲୋଚନ ବାରିକ ଙ୍କ ସମେତ
ସାମ୍ବାଦିକ ସେକ ଆଲ୍ଲା ଉଦିନ,ସେକ କଲିମ,ଗୋଲଖ ଚନ୍ଦ୍ର ପଲେଇ,ଆତୁଳ ଚରଣ ରାଉତ,ନାମ ରତ୍ନ ଓଝା,କାର୍ତ୍ତିକ ମଲ୍ଲିକ,ଜିତେନ୍ଦ୍ର ଜେନା,ରଞ୍ଜିତା ପରିଡା,ସୁପ୍ରଭା ମଲ୍ଲିକ ପ୍ରମୁଖ ବହୁ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା !ଏହି କାର୍ଯ୍ୟକ୍ରମକୁ ବିରଜା ଭୂମି ପରିବାରର ସରସ୍ବତୀ ମଲ୍ଲିକ,ସୁପ୍ରଭା ମଲ୍ଲିକ,ସୁପ୍ରିୟା ମୟୀ ନନ୍ଦ,ରଞ୍ଜିତା ପରିଡା,ଶୁଶ୍ରୀଲତା ଦାସ,ଚିନ୍ମୟ ପୃଷ୍ଟି,ତରଣୀ ସେନ ସାହୁ ମାନସ ରଞ୍ଜନ ବିଶ୍ବାଳ ପୂର୍ଣ୍ଣ ସହଯୋଗ କରିଥିଲେ, ଶେଷରେ କାର୍ଯ୍ୟ ନିର୍ବାହୀ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ !